କନକବ୍ୟୁରୋ : ପ୍ରଥମ ପର୍ଯ୍ୟାୟ ଭୋଟ ସରିବା ପରେ ଆରମ୍ଭ ହୋଇଛି ବୟାନବାଜୀ । ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଏହାର ଅଧିନରେ ଥିବା ୨୮ଟି ବିଧାନସଭା ଆସନ ପାଇଁ ଭୋଟ୍ ପଡ଼ିଛି । ତେବେ ଏହି ୨୮ଟି ଆସନରୁ ୨୪ଟି ଆସନରେ ବିଜେଡି ଜିତିବା ନେଇ ଦମ୍ଭୋକ୍ତି ଦେଖାଇଛନ୍ତି ପାଣ୍ଡିଆନ । ନବୀନଙ୍କ ଭଲ କାମ ଓ ଲୋକପ୍ରିୟତା ଯୋଗୁଁ ବିଜେଡି ଅଧିକରୁ ଆସନ ଜିତିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ପାଣ୍ଡିଆନ ।
ସେପଟେ ପ୍ରଥମ ପର୍ଯ୍ୟାୟରେ ଭୋଟ୍ ପଡ଼ିଥିବା ସମସ୍ତ ୪ଟି ଲୋକସଭା ଆସନ ଜିତିବା ସହ ୨୮ବିଧାନସଭା ଆସନରୁ ୧୮ଟି ବିଧାନସଭା ଜିତିବା ନେଇ ବିଜେପି ଦୃଢ଼ୋକ୍ତି ପ୍ରକାଶ କରିଛି । ଏପରିିକି ଆଗକୁ ରାଜ୍ୟରେ ବିଜେପି ସରକାର ଗଢ଼ିବା ସହ ୧୬ଟି ଲୋକସଭା ଆସନ ଜିତିବ ବୋଲି କହିଛନ୍ତି ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/7-21.jpg)