କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତିକେୟନ ପାଣ୍ଡିଆନ ପୁରୀ ଆସୁଥିବାବେଳେ ରାସ୍ତାକଡରେ ପଡିଥିବା ଜଣେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରିଛନ୍ତି । ଖବର ଅନୁସାରେ, ଗତକାଲି ଏକ ସୋ ରୁମରେ କାମ କରୁଥିବା ହଳଦିଆର ଅନ୍ନପୂର୍ଣ୍ଣା ସାହୁ ମାଳତୀପାଟପୁର ବସଷ୍ଟାଣ୍ଡ ପାଖରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଆହତ ହୋଇଥିଲେ । ଏହି ସମୟରେ ଜାତୀୟ ରାଜପଥରେ ନିଜ କାରରେ ସେ ପୁରୀ ଆସୁଥିଲେ ।
ଦୁର୍ଘଟଣାଗ୍ରସ୍ତ ହୋଇ ଯୁବତୀ ଜଣକ ଅସହାୟ ଭାବେ ପଡିଥିବା ଦେଖି ହଠାତ୍ ତାଙ୍କ ଗାଡି ସେଠାରେ ଅଟକିଯାଇଥିଲା । ଯୁବତୀ ଜଣଙ୍କୁ କଣ ହୋଇଛି ବୋଲି ପଚାରିବା ସହିତ ରକ୍ତାକ୍ତ ଅବସ୍ଥାରେ ପଡିଥିବା ଯୁବତୀଙ୍କୁ ନିଜ ଗାଡିରେ ବସାଇ ପୁରୀ ସଦର ମୁଖ୍ୟ ଡାକ୍ତରଖାନାକୁ ନେଇ ଆସିଥିଲେ । ଅନ୍ନପୂର୍ଣ୍ଣାଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ପରେ ସେ ସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଘରକୁ ପଠାଇଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/1-38.jpg)