କନକ ବ୍ୟୁରୋ : ଖରିଆର ସଭାରୁ ବିରୋଧୀ ବିଜେପିକୁ ଟାର୍ଗେଟ କରିଛନ୍ତି ବିଜେଡି ନେତା ଭି.କେ ପାଣ୍ଡିଆନ । ମଞ୍ଚ ଉପରୁ ପାଣ୍ଡିଆନ କହିଛନ୍ତି, ବିଏସକେୱାଇ, ମମତା, ମଧୁବାବୁ ପେନସନ, କାଳିଆ, ଲକ୍ଷ୍ମୀ, ମିଶନ ଶକ୍ତି, ନୂଆ-ଓ, ୫-ଟି ସ୍କୁଲ ବନ୍ଦ କରିବାକୁ ବିଜେପି ସଂକଳ୍ପ ନେଇଛି । ଜୁନ୍ ୧୦ ପରେ ଏହାକୁ ବନ୍ଦ କରିବାକୁ ସଂକଳ୍ପ ନେଇଛି ବିଜେପି । କିନ୍ତୁ ଆପଣ ଆଶୀର୍ବାଦ ଦେବା ସହ ନବୀନଙ୍କ ହାତ ମୁଠାକୁ ଟାଣ କରନ୍ତୁ, କେହି ସାହସ କରିବେନି ଏହି ଯୋଜନାକୁ ବନ୍ଦ କରିବାକୁ ।

Advertisment

ପାଣ୍ଡିଆନ କହିଛନ୍ତି, ବିରୋଧୀ ବାରମ୍ବାର କହୁଛନ୍ତି ମୁଖ୍ୟମନ୍ତ୍ରୀ ୨୪ ବର୍ଷରେ କଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ୨୪ ବର୍ଷ ହେବ ଓଡ଼ିଶାବାସୀଙ୍କ ସେବା କରୁଛନ୍ତି । ଓଡ଼ିଶାର ବିକାଶ ପାଇଁ କାମ କରୁଛନ୍ତି । କିନ୍ତୁ ୨୪ ବର୍ଷ ଭିତରେ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ମଧ୍ୟ ପାଇଲା ନାହିଁ । ଚଳିତ ନିର୍ବାଚନରେ ବିଜେପି ଯଦି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରେ ତେବେ ଏକ ଅଙ୍କ ଆସନ ମଧ୍ୟ ଟପିପାରିବ ନାହିଁ । ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀଙ୍କୁ ଭଲ ପାଉଛନ୍ତି । ପୁଣିଥରେ ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି ।

ଶ୍ରୀମନ୍ଦିର ପରିକ୍ରମା, ମା’ ସମଲେଇଙ୍କ ରୂପାନ୍ତରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ।  ଯାହା ଉପରେ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଅଛି ସିଏ ହିଁ ଜଗନ୍ନାଥଙ୍କ କାମ କରିପାରିବ । ମହାପ୍ରଭୁଙ୍କ ବିନା ପତ୍ରଟିଏ ମଧ୍ୟ ହଲେନି । ମହାପ୍ରଭୁ ଚାହିଁଲେ ଗାଁ ଗହଳିରେ ଥିବା ମଠ ମନ୍ଦିରର ଉନ୍ନତିକରଣ ହେବ ।  ତେଣୁ ବିଜେଡିକୁ ପୁଣିଥରେ ଭରସିବାକୁ ଅପିଲ କରିଛନ୍ତି ପାଣ୍ଡିଆନ ।