ପ୍ରଚାରର ଗିୟର ବଢ଼ାଇଲେ ପାଣ୍ଡିଆନ: ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଅପିଲ୍ । କହିଲେ, ବିଜେଡି ପାଖରେ ରହିଛି ସବୁକାମର ହିସାବ

225

କନକ ବ୍ୟୁରୋ: ଖାଲି ବିଜେଡି ସୁପ୍ରିମୋ ନୁହଁନ୍ତି ପ୍ରଚାରର ଗିଅର ବଢାଇଛନ୍ତି ଦଳ ଦୁଇ ନମ୍ବର ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ୍ । ବାଲେଶ୍ୱର,ଯଶୀପୁର, ସାରସକଣା, ବାଙ୍ଗିରିପୋଷି, ମୋରଡା ଓ ଉଦଳାରେ ବିଭିନ୍ନ ରାଜୈନିତ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି ।

ଗୁରବାର ସନ୍ଧ୍ୟାରେ ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ସରିବ । ଆଉ ଏହା ପୂର୍ବରୁ ବାଲେଶ୍ୱର,ଯଶୀପୁର, ସାରସକଣା, ବାଙ୍ଗିରିପୋଷି, ମୋରଡା ଓ ଉଦଳାରେ ମାରାଥନ ପ୍ରଚାର କରିଛନ୍ତି ବିଜେଡି ନେତା ଭି.କେ.ପାଣ୍ଡିଆନ । ଆଉ ଲୋକଙ୍କୁ ସରକାରଙ୍କ ବିକାଶର ହିସାବ ଦେଇଛନ୍ତି । ବିରୋଧୀ ବିଜେପିକୁ ଟାର୍ଗେଟ ବି କରିଛନ୍ତି । ଭି.କେ.ପାଣ୍ଡିଆନ କହିଛନ୍ତି. କୌଣସି ନେତା କିମ୍ବା ଦଳ କିମ୍ବା ମନ୍ତ୍ରୀ ଆସି ଆପଣଙ୍କ ପାଖରେ କାମର ହିସାବ ଦେଇଛନ୍ତି କି? ହିସାବ ଦେବାମାନେ ଆପଣଙ୍କୁ ସମ୍ମାନ ଜଣାଇବା । ଅନ୍ୟମାନେ କେବଳ ଭୋଟ ପାଇଁ ଆସିବେ, ହିସାବ ଦେବେ ନାହିଁ । ବିରୋଧୀ ବିଜେପିକୁ ପଚାରିବେ ଆପଣମାନେ କଳା, ସଂସ୍କୃତି ଭାଷା ଓ ଭଗବାନଙ୍କ ପାଇଁ କିଛି କହିଛନ୍ତି କି?

ସବୁ ସଭାରେ ନବୀନ ଗ୍ୟାରେଂଟି କଥା କହି ବିଜେଡି ପାଇଁ ଭୋଟ ମାଗିଛନ୍ତି ଭି.କେ.ପାଣ୍ଡିଆନ । ଆଦିବାସୀଙ୍କ ପ୍ରସଙ୍ଗ ବି ଉଠାଇଛନ୍ତି । ପାଣ୍ଡିଆନ କହିଛନ୍ତି, ଆଦିବାସୀ ଭାଇଭଉଣୀଙ୍କୁ ମୁଖ୍ୟମନ୍ତ୍ରୀ ତାଙ୍କ ହୃଦୟରେ ସବୁଠାରୁ ଭଲ ଜାଗାରେ ରଖିଛନ୍ତି । ଅନ୍ୟ କୌଣସି ରାଜ୍ୟ ଓ ଦଳ କରିନାହାନ୍ତି । ବହୁତ ନେତା ଅଛନ୍ତି , ନିର୍ବାଚନ ଆସିଲେ ଲୋକଙ୍କ କଷ୍ଟ ସେମାନଙ୍କର ମନେପଡେ ବୋଲି କହିଛନ୍ତି ଭି.କେ.ପାଣ୍ଡିାନ ।

ଶେଷ ପର୍ଯ୍ୟାୟ ପ୍ରଚାର ସରିବାର ୨୪ ଘଂଟା ପୂର୍ବରୁ ରାଜ୍ୟରେ ବିଜେଡି, ବିଜେପି ଓ କଂଗ୍ରେସ ନେତାଙ୍କ ଜୋରଦାର ପ୍ରଚାର ଓ ଆରୋପ-ପ୍ରତ୍ୟାରୋପ ରାଜ୍ୟ ରାଜନୀତିକୁ ବେଶ ସରଗରମ କରିଛି ।