ବଙ୍ଗୋମୁଣ୍ଡାରୁ ପାଣ୍ଡିଆନଙ୍କ ଭବିଷ୍ୟବାଣୀ । ପ୍ରଥମ ପର୍ଯ୍ୟାୟରେ ୨୪ରୁ ଅଧିକ ଆସନରେ ଜିତିବ ବିଜେଡି ।

291

କନକ ବ୍ୟୁରୋ : ବଙ୍ଗୋମୁଣ୍ଡାରେ ବଡ ବୟାନ ଦେଲେ ଭିକେ ପାଣ୍ଡିଆନ । ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ନେଇ ଦମ୍ଭୋକ୍ତି ଦେଖାଇଛନ୍ତି ପାଣ୍ଡିଆନ । ଜନସଭାରେ କହିଛନ୍ତି, ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହେବ । ବିଜେଡି ପ୍ରଥମ ପର୍ଯ୍ୟାୟରେ ୯୦% ଆସନରେ ବିଜୟୀ ହେଉଛି । ୨୪ରୁ ଅଧିକ ଆସନରେ ବିଜୟୀ ହେବ ବିଜେଡି । ବିରୋଧୀ ଦଳର ସାହସ ଅଛି ତ କୁହନ୍ତୁ ପ୍ରଥମ ପର୍ଯ୍ୟାୟରେ କେତୋଟି ଆସନରେ ବିଜୟୀ ହେବେ ।

ଏହାସହ ପାଣ୍ଡିଆନ କହିଛନ୍ତି, ଦ୍ୱିତୀୟ ପର୍ଯ୍ୟାୟରେ କଣ୍ଟାବାଞ୍ଜିରେ ଭୋଟ ଗ୍ରହଣ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ବିଜେଡିକୁ ବହୁମାତ୍ରାରେ ଭୋଟ ଦେଇ ବିଜୟୀ କରାଇବାକୁ ଅପିଲ କରିଛନ୍ତି ଭିକେ ପାଣ୍ଡିଆନ । ଦଳୀୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ପାଣ୍ଡିଆନ ।