କନକ ବ୍ୟୁରୋ : ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ଦମ୍ଭୋକ୍ତି ଦେଖାଇଛନ୍ତି ଭିକେ ପାଣ୍ଡିଆନ । ସାମ୍ବାଦିକ ସମ୍ମିଳନୀରେ ପାଣ୍ଡିଆନ କହିଛନ୍ତି, ଶେଷ ହୋଇଥିବା ଦୁଇଟି ପର୍ଯ୍ୟାୟ ନିର୍ବାଚନରେ ୨୦୧୯ ନିର୍ବାଚନ ଅପେକ୍ଷା ବିଜେଡି ଭଲ ସିଟ୍ ପାଇ ରେକର୍ଡ କରିବ । ୨୦୧୯ରେ ଦଳ ଭଲ ପ୍ରଦର୍ଶନ କରିଥିଲା, ୨୦୨୪ରେ ଆହୁରି ଭଲ ପ୍ରଦର୍ଶନ କରିବ । ଉଭୟ ବିଧାନସଭା ଓ ଲୋକସଭା ଆସନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ପାଣ୍ଡିଆନ ।

Advertisment

ଏହାସହ ସାମ୍ବାଦିକ ସମ୍ମିଳନୀରେ ମଧ୍ୟବିତ୍ତଙ୍କୁ ନେଇ ବଡ ବୟାନ ଦେଇଛନ୍ତି ପାଣ୍ଡିଆନ ।  ମଧ୍ୟବିତ ହେଉଛନ୍ତି ସହରର ମେରୁଦଣ୍ଡ । ନୂଆ ଓଡ଼ିଶା ଗଠନ ପାଇଁ ମଧ୍ୟ ମଧ୍ୟବିତଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ମଧ୍ୟବିତଙ୍କ ପାଇଁ ୫ଟି ବଡ଼ ପଦକ୍ଷେପ ମୁଖ୍ୟମନ୍ତ୍ରୀ ନେଇଥିବା କହିଛନ୍ତି ପାଣ୍ଡିଆନ୍ ।। ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି। ସହରାଞ୍ଚଳ ସହ ସମସ୍ତ ମଧ୍ୟବିତ୍ତଙ୍କୁ BSKY ନବୀନ କାର୍ଡ ପ୍ରଦାନ କରାଯିବ। ଘର କିଣିବାକୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ  ଉପରେ ସୁଧ ରିହାତି ମିଳିବ। ମଧ୍ୟବିତ୍ତଙ୍କ ପିଲାଙ୍କ ପାଠପଢା ପାଇଁ ଶିକ୍ଷା ଋଣ ଉପରେ ବି ମିଳିବ ସୁଧ ରିହାତି। ଗମନାଗମନ ପାଇଁ କମ ପଇସାରେ ସୁବିଧା କରାଯାଇଛି। ଲକ୍ଷ୍ମୀ ବସ ଓ ମୋ ବସ ବ୍ୟବସ୍ଥା କରାଯାଇଛି। ରାଜ୍ୟର ପ୍ରାୟ ୯୮ ପ୍ରତିଶତ ପିଲା ନୂଆ ଓ ଛାତ୍ର ବୃତ୍ତିରେ ସାମିଲ ହୋଇଛନ୍ତି । ଆଗାମୀ ଦିନରେ  ଛାତ୍ରଙ୍କ ପାଇଁ ୧୨ ହଜାର ଛାତ୍ରୀଙ୍କ ପାଇଁ ୧୪ ହଜାର ଛାତ୍ରବୃତ୍ତି ପ୍ରଦାନ କରାଯିବ ବୋଲି କହିଛନ୍ତି ପାଣ୍ଡିଆନ ।