କନକ ବ୍ୟୁରୋ: କିଏ କରିଛି କେତେ କାମ, ତାର ଚାଲିଛି ହିସାବ ନିକାଶ । ଆଜି ଅଚାନକ କେନ୍ଦ୍ର ସରକାରଙ୍କ କାର୍ଯ୍ୟର ତାଲିକା ଦେଇ ୟୁପିଏର ପ୍ରଶଂସା କରିଛନ୍ତି ପାଣ୍ଡିଆନ । ଆଉ ବିଜେପି କହିଛି ନିର୍ବାଚନ ବେଳେ ଲଢ଼େଇ ଜୋରଦାର ହେଉଥିବାରୁ ଆଭିମୁଖ୍ୟ ବଦଳାଇଛି ବିଜେଡି । ସେପଟେ କଂଗ୍ରେସ କହିଛି ଶେଷରେ ସତ ମାନିଛି ବିଜେଡି ।
- ଓଡ଼ିଶାରେ କିଏ କରିଛି କେତେ କାମ?
- ନିର୍ବାଚନ ସମୟରେ ହିସାବ ନିକାଶ
ବ୍ରହ୍ମପୁର ବିଜୟ ସଂକଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ କହିଥିଲେ ୟୁପିଏ ସରକାର ଓଡ଼ିଶାକୁ ୧୦ ବର୍ଷରେ ମାତ୍ର ଲକ୍ଷେ କୋଟି ଟଙ୍କା ଦେଇଛି, ଆଉ ଗତ ୧୦ ବର୍ଷରେ ରାଜ୍ୟକୁ ସାଢ଼େ ୩ ଲକ୍ଷ କୋଟି ଟଙ୍କା ଦେଇଛନ୍ତି ମୋଦୀ ସରକାର । ଏପଟେ କିନ୍ତୁ ବିଜେଡିର ଦୁଇ ନମ୍ବର ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ୍ କହିଛନ୍ତି, ୟୁପିଏ ସରକାରଙ୍କ ସମୟରେ ଓଡ଼ିଶାରେ ଅନେକ କାର୍ଯ୍ୟ ହୋଇଛି । କାର୍ଯ୍ୟର ତାଲିକା ମଧ୍ୟ ଦେଇଛନ୍ତି ପାଣ୍ଡିଆନ୍ । ଏପରି କହି ପରୋକ୍ଷରେ କଂଗ୍ରେସକୁ ସେ ପ୍ରଶଂସା କରିଥିବା କୁହାଯାଉଛି ।
ପାଣ୍ଡିଆନଙ୍କ ମନ୍ତବ୍ୟ ପରେ ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ବିଶ୍ୱରଞ୍ଜନ ମହାନ୍ତି କହିଛନ୍ତି, ସତ ମାନିଛି ବିଜେଡି । ହେଲେ ୨୫ ବର୍ଷ ମଧ୍ୟରେ ବିଜେଡି କଣ କରିଛି ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି, ଲଢ଼େଇ ଜୋରଦାର ହେଉଥିବାରୁ ଏବେ ଆଭିମୁଖ୍ୟ ବଦଳାଇଛି ବିଜେଡି । ସୂଚନାଯୋଗ୍ୟ ଯେ, ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ତୀବ୍ର ହେବାରେ ଲାଗିଛି ବିଜେଡି-ବିଜେପି ଲଢ଼େଇ । ପ୍ରଚାର ମଇଦାନ ଉଠୁଥିବା ପଡୁଥିବା ବେଳେ ନେତାଙ୍କ ବୟାନବାଜି ରାଜ୍ୟ ରାଜନୀତି ତାତିକୁ ବଢାଇ ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/05/3-11.jpg)