କନକ ବ୍ୟୁରୋ: ବାଙ୍କୀରେ ପାଣ୍ଡିଆନଙ୍କ ପ୍ରଚାର । ବିଜେଡି ସାଂସଦ ପ୍ରାର୍ଥୀ ଏବଂ ବିଧାୟକ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ । ବାଙ୍କୀରେ ଆଜି ପ୍ରଚାର କରିବା ସହ ପାଣ୍ଡିଆନ୍ କହିଛନ୍ତି, ନିର୍ବାଚନ ଆସିଲେ ବଡ ବଡ ନେତାମାନେ ଆସିବେ । ଟୁରିଷ୍ଟ ଭଳିଆ ସେମାନେ ଆସିବେ, ପଳେଇବେ । ୫ ବର୍ଷ ଖୋଜିବେ ପାଇବେ ନାହିଁ । ହେଲେ ବିଜେଡିର ଦୁଇ ପ୍ରାର୍ଥୀଙ୍କୁ ବନ୍ଧୁ ବୋଲି କହି, ଏ ଦୁଇ ଜଣ ବନ୍ଧୁ ୨୪ ଘଣ୍ଟା ଆପଣଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି ପାଣ୍ଡିଆନ୍ ।
ଏଥିସହିତ ନୂଆ ଓଡିଶାରେ ବାଙ୍କୀ ନିର୍ବାଚନ ମଣ୍ଡଳୀ ଗୋଟେ ବହୁତ ସ୍ୱତନ୍ତ୍ର ପରିଚୟ ପାଇବ । ନୂଆ ଓଡିଶାରେ ପାଦ ପଡୁଛି, ବାଙ୍କୀ ମାଟିରେ ମେଟ୍ରୋ ରେଳ ଆସୁଛି ବୋଲି ପାଣ୍ଡିଆନ୍ କହିଛନ୍ତି । ମୁଖ୍ୟମନ୍ତ୍ରୀ ଓଡିଶାକୁ ଶହେ ବର୍ଷକୁ ଆଗକୁ ନେଇ, ନମ୍ବର ଏକ କରିବାକୁ ଦିନ ରାତି ଖଟୁଛନ୍ତି । ହେଲେ ବିଜେପିର ମାନିଫେଷ୍ଟୋ କିନ୍ତୁ ଓଡିଶାକୁ ୨୫ ବର୍ଷ ପଛକୁ ନେଇଯିବ । ୨୫ ତାରିଖ ଭୋଟରେ ଆପଣମାନେ ଦେଖେଇବେ । ୨୫ ବର୍ଷ ପଛକୁ ଯିବାର ଅଛି କି, ୨୫ ବର୍ଷ ଆଗକୁ ଯିବାର ଅଛି ।
ଏଥିସହିତ ଓଡିଶା ଦୌଡିବ, ଆଗୁଆ ରାଜ୍ୟ ହେବ । ବାଙ୍କୀ ମଧ୍ୟ ସ୍ୱତନ୍ତ୍ର ଧ୍ୟାନ ପାଇବ । ଜୁନ୍ ୯ ତାରିଖରେ ଦାୟିତ୍ୱ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ । ଦାୟିତ୍ୱ ଗ୍ରହଣ କରିଲା ପରେ ପ୍ରଥମ ଦସ୍ତଖତ କରିବେ, ବିଜୁଳି ବିଲ୍ ଛାଡ କରିବେ । ଜୁଲାଇ ମାସରୁ ଆଉ ବିଜୁଳି ବିଲ୍ ଆସିବ ନାହିଁ । ଓଡିଶାର ୯୦ ପ୍ରତିଶତ ପରିବାର ଉପକୃତ ହେବେ । ମୁଖ୍ୟମନ୍ତ୍ରୀଙ୍କ ବିକାଶର ବାର୍ତ୍ତା ଘରେ ଘରେ ପହଞ୍ଚାଇବେ । ମୁଖ୍ୟମନ୍ତ୍ରୀଙ୍କ ଯୋଜନା ଦେଖି ବିଜେପି ବାଲା ଡରିଗଲେ । ଏବେ ସେମାନେ କହୁଛନ୍ତି ମାଗଣା ବିଜୁଳି ଦେବେ କହିଛନ୍ତି ଭିକେ ପାଣ୍ଡିଆନ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/05/31-15.jpg)