କନକ ବ୍ୟୁରୋ : ପୁଣି ଚିନ୍ତା ବଢାଇଲାଣି କରୋନା ସଂକ୍ରମଣ । ସଂକ୍ରମଣ ବଢୁଥିବା ୮ ରାଜ୍ୟକୁ ଚିଠି ଲେଖି ସ୍ଥିତି ଉପରେ କଡା ନଜର ରଖିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ମହାମାରୀ ଏପର୍ଯ୍ୟନ୍ତ ଶେଷ ହୋଇନି । ତେଣୁ ଆମେ ଆଦୌ ବେପରୁଆ ହେବା ଉଚିତ୍ ନୁହେଁ । ପଜିଟିଭ ହାର ବଢୁଥିବା ଉତ୍ତରପ୍ରଦେଶ, ରାଜସ୍ଥାନ, ତାମିଲନାଡୁ, କେରଳ, ମହାରାଷ୍ଟ୍ର, ହରିଆଣା ଏବଂ ଦିଲ୍ଲୀକୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୁଷଣ । ରାଜେଶ ଭୁଷଣ କରିଛନ୍ତି, କୋଭିଡ ସଂକ୍ରମଣ ବଢୁଥିଲେ ବି ଲୋକେ ପୂର୍ବଅପେକ୍ଷା ଏତେ ହସ୍ପଟାଲରେ ଭର୍ତ୍ତି ହେଉନାହାଁନ୍ତି ।

Advertisment

କିମ୍ବା ମୃତ୍ୟୁ ହାର ମଧ୍ୟ ବଢୁନାହିଁ । କିନ୍ତୁ କିଛି ଜିଲ୍ଲାରେ ସଂକ୍ରମଣ ବଢୁଥିବା ଦେଖିବାକୁ ମିଳିଛି । ୮ ଟି ରାଜ୍ୟର କେତକ ଜିଲ୍ଲାରେ ପଜିଟିଭିଟି ହାର ୧୦ ପ୍ରତିଶତରୁ ଅଧିକ ରହିଛି । ତାମିଲନାଡୁରେ ୧୧ଟି, ରାଜସ୍ଥାନରେ ୬ଟି, ମହାରାଷ୍ଟ୍ରରେ ୮ଟି, କେରଳରେ ୧୪ଟି, ହରିଆଣାରେ ୧୨ଟି, ଦିଲ୍ଲୀରେ ୧୧ଟି ଜିଲ୍ଲାର ପଜିଟିଭିଟି ହାର ୧୦ ପ୍ରତିଶତ ଉପରେ ରହିଛି । ଅନ୍ୟ ପକ୍ଷରେ ଦେଶରେ ଦୈନିକ ସଂକ୍ରମଣ ହାର ଗତ ସପ୍ତାହ ହେବ ଲଗାତର ୧୦ ହଜାର ଉପରେ ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୧୧ ହଜାର ୬୯୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।