ଖୋର୍ଦ୍ଧା ସିମୋର ଦୋଳପଡିଆରେ ପଞ୍ଚୁଦୋଳ ଉତ୍ସବ । ଏକାଠି ହେଲେ ଭକ୍ତ ଆଉ ଭଗବାନ ।

114

କନକ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ସିମୋର ଦୋଳ ପଡ଼ିଆରେ ଚଳିତବର୍ଷ ପଞ୍ଚୁ ଦୋଳ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଗତ ମାସ ୩୦ ତାରିଖରୁଠାରୁ ଏହା ଆରମ୍ଭ ହୋଇଥିଲା । ଚଳିତ ଯାତ୍ରାରେ ଆଖପାଖ ଅଞ୍ଚଳରୁ ୩୦ଟି ବିମାନରେ ହରି ଓ ହର ଠାକୁର ଏକାଠି ଦେଖିବାକୁ ମିଳିଥିଲେ । ଭକ୍ତ ଭଗବାନ ହୋଇଥିଲେ ଏକାକାର । ମେଳଣ ସମୟରେ ରଙ୍ଗମୟ ପରିବେଶ ଦେଖିବାକୁ ମିଳିଥିଲା । ସମସ୍ତ ବିମାନ ଏକତ୍ରିତ ହୋଇ ଖେଳିଥିଲେ ହୋଲି । ମଙ୍ଗଳବାର ଅପରାହ୍ନରେ ଠାକୁର ମାନଙ୍କ ପାଖରେ ନୂତନ କପଡା ଲାଗି କରାଯିବା ପରେ ହାଣ୍ଡିଭୋଗ ଲାଗିଥିଲା । ପରେ ସେବକମାନେ ପୂଜାର୍ଚ୍ଚନା କରିଥିଲେ । ପରେ ଆନନ୍ଦ ଉଲ୍ଲାସରେ ବାଜା ହରିବୋଲ ହୁଳହୁଳିରେ ଗଗନପବନ ପ୍ରକମ୍ପିତ ହୋଇଥିଲା । ଠାକୁରମାନେ ଦୋଳମଣ୍ଡପ ପରିକ୍ରମା କରିଥିଲେ । ଭକ୍ତଙ୍କ ସହିତ ଲୋକେ ନିଜ ବନ୍ଧୁ ପରିଜନଙ୍କ ସହିତ ଠାକୁରଙ୍କ ସହିତ ଅବିର ଖେଳିଥିଲେ । ଶେଷରେ ଆଖପାଖ ଅଞ୍ଚଳରୁ ଆସିଥିବା ଠାକୁରମାନେ ସ୍ୱଗ୍ରାମକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏଥିସହିତ ବିଶ୍ୱଶାନ୍ତି ମହାଯଜ୍ଞ ବେଦଜ୍ଞ ପଣ୍ଡିତମାନଙ୍କ ଦ୍ୱାରା ପୂର୍ଣ୍ଣାହୁତି ହୋଇଥିଲା ।