କନକ ବ୍ୟୁରୋ : ଆଜି ସାରା ଦେଶରେ ବିଜୟା ଦଶସମୀ ପାଳନ କରାଯାଉଛି । ଦଶହରା ଦିନ ଏନେଇ ବିଭିନ୍ନ ସ୍ଥାନରେ ରାବଣ ପୋଡି ଦେଖିବାକୁ ମିଳିଥାଏ । ଏହାକୁ ପାପ ଉପରେ ପୂର୍ଣ୍ଣ୍ୟର ବିଜୟ ବୋଲି କୁହାଯାଇଥାଏ    । ହେଲେ ଭାରତର ଏଭଳି ଏକ ସହର ରହିଛି ଯେଉଁଠି ରାବଣ ପୋଡିକୁ ବଡ ଜାକଜମକରେ ପାଳନ କରାଯାଇଥାଏ । ଏହାକୁ ଦେଖିବାକୁ ପାଇଁ ଦେଶ ବିଦେଶରୁ ହଜାର ହଜାର ଲୋକ ଆସିଥାନ୍ତି ।

Advertisment

ପ୍ରତିବର୍ଷ ଏଠାରେ ଦଶହରା ଦିନ ଅନେକ ପ୍ରତିଯୋଗିତା ମଧ୍ୟ ଦେଖିବାକୁ ମିଳିଥାଏ । ସବୁଠାରୁ ବଡ ପ୍ରତିଯୋଗିତା ହେଉଛି କିଏ ସବୁଠାରୁ ବଡ ରାବଣର ପ୍ରତିମୂର୍ତ୍ତି ନିର୍ମାଣ କରିପାରିବ । ଚଳିତ ବର୍ଷ ପଞ୍ଚକୁଲାରେ ସବୁଠାରୁ ବଡ ରାବଣ ପୋଡି ହେବ । ସେଠାରେ ୧୭୧ ଫୁଟ୍ ଉଚ୍ଚତାର ଏକ ରାବଣ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି । ଦଶହରା ଅବସରରେ ଆଜି ଏହାକୁ ଦହନ କରାଯିବ । ପଞ୍ଚକୁଲାର ସେକ୍ଟର-୫ ସ୍ଥିତ ସାଲିମାର ଗ୍ରାଉଣ୍ଡରେ ଏହି ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହେବ ।

କହିରଖୁ କି, ରାବଣର ଏହି ପ୍ରତିମୂର୍ତ୍ତି ନିର୍ମାଣ କରିବାକୁ ୧୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଯଦି ସମୟ କଥଶ କହିବା ତେବେ ଏହାକୁ ୨୫ ଜଣ କାରିଗର ୩ ମାସ ଲାଗି ନିର୍ମାଣ ପରିଛନ୍ତି । ରାବଣର ଏହି ପ୍ରତିମୂର୍ତ୍ତି ନିର୍ମାଣ କରିବାରେ ୨୫ କୁଇଣ୍ଟାଲ ଲୁହା, ୫୦୦ ଖଣ୍ଡ ବାଉଁଶ.୩୦୦ ମିଟର ଲମ୍ବ ମ୍ୟାଟ୍, ୩୫୦୦ ମିଟର କପଡା ସହ ୧ କୁଇଣ୍ଟାଲ ଫାଇବରର ବ୍ୟବହାର କରାଯାଇଛି ।

ସେପଟେ ପରିବେଶ ପ୍ରଦୂର୍ଷଣକୁ ନଜରରେ ରଖି ରାବଣର ଶରୀରରେ ପରିବେଶ ଅନୁକୂଳ ବାଣ ଲଗାଯାଇଛି । ଏହି ଭବ୍ୟ ରାବଣକୁ ଜଳାଇବାକୁ ରିମୋର୍ଟର ବ୍ୟବହାର କରାଯିବ ।