କନକ ବ୍ୟୁରୋ :  ଗାଁ ରାଜନୀତିରେ ଚର୍ଚ୍ଚିତ ଚେହେରା ସାମ୍ନାକୁ ଆସିଛି । କେଉଁଠି କିଏ ଜିତିଛି ତ ଆଉ କେଉଁଠି କିଏ ପରାଜୟର ସ୍ୱାଦ ଚାଖିବାକୁ ମିଳିଛି । ପଞ୍ଚାୟତ ଫାଇଟରେ ବିଧାୟକଙ୍କ ପୁଅ ପରାଜିତ ହୋଇଛନ୍ତି । ସମିତି ସଭ୍ୟ ନିର୍ବାଚନରେ ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ପୁଅ ବିଶ୍ୱଜିତ ହାରିଯାଇଛନ୍ତି । ପ୍ରଥମ ଥର ପାଇଁ ରାଜନୀତିରେ ପାଦଥାପି ପରାଜିତ ହୋଇଛନ୍ତି ।

Advertisment

publive-image

ପୂର୍ବତନ ବିଧାୟକଙ୍କ ଝିଅ ବିଜୟୀ ହୋଇଛନ୍ତି । ଜିଲ୍ଲା ପରିଷଦ ନିର୍ବାଚନରେ ଡାକ୍ତର ଲିପିକା ମାଝୀ ଜିତିଛନ୍ତି । ଡାବୁଗାଁର ପୂର୍ବତନ ବିଧାୟକ ଭୁଜବଳ ମାଝୀଙ୍କ ଝିଅ ହେଉଛନ୍ତି ଲିପିକା ମାଝୀ ।

publive-image

ପୁରୀରେ ପୂର୍ବତନ ମନ୍ତ୍ରୀଙ୍କ ବୋହୂ ହାରିଛନ୍ତି । ଅସ୍ତରଙ୍ଗ ଅଳଙ୍ଗପୁର ପଞ୍ଚାୟତରୁ ନିବେଦିତା ନାୟକ ପରାଜିତ ହୋଇଛନ୍ତି । ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କ ବୋହୂ ହେଉଛନ୍ତି ନିବେଦିତା ନାୟକ ।

publive-image

ସେପଟେ, ନିର୍ବାଚନ ଲଢି ନିର୍ବାଚନ ମମିତା ମେହେରଙ୍କ ବଡବାପା ବିଜୟୀ ହୋଇଛନ୍ତି । ବଲାଙ୍ଗୀର ତୁରେଇକେଲା ଜିଲ୍ଲା ପରିଷଦ ନିର୍ବାଚନରେ କୌଶିକ ମେହେର ବିଜୟୀ ହୋଇଛନ୍ତି । ୧୧ ନଂ ଜୋନରୁ କଂଗ୍ରେସ ପ୍ରାର୍ଥୀ ଭାବେ ଜିତିଛନ୍ତି ।

publive-image

ସେହିପରି ଜଙ୍ଗଲମନ୍ତ୍ରୀଙ୍କ ଭାଇ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇ ଜିତିଛନ୍ତି । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ଭାଇ ହେଉଛନ୍ତି ଜିତେନ୍ଦ୍ର ଆରୁଖ । ସେ ଭଞ୍ଜନଗର ୫୧ ନଂ ଜୋନରୁ ଜିତିଛନ୍ତି ।

publive-image