ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା: ଦୁର୍ବୃତ୍ତ ଫେରାର, ପୋଲିସର ଛାନଭିନ ଆରମ୍ଭ

204

କନକ ବ୍ୟୁରୋ: ପଂଚାୟତ ସମିତି ସଭ୍ୟଙ୍କୁ ହତ୍ୟା । ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲା ବାରୁଆଁ ଗାଁ ସମିତି ସଭ୍ୟ ଦୀପକ ମାହୁନ୍ତୁଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ । ବାରୁଆଁ ଗାଁ ନିକଟ ଜାମୁଝରା ନିକଟରେ ଦୀପକ କାରରେ ଯାଉଥିବା ବେଳେ ଦୁର୍ବୃତ୍ତତ ତାଙ୍କ ଉପରକୁ ଏକାଧିକ ଗୁଳି ମାଡ କରିଥିଲେ । ପରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ସ୍ତ୍ରୀ ବାରୁଆଁ ଗାଁର ସରପଂଚ ।