ପଞ୍ଚାୟତ ଫଇସଲା: କାହିଁକି ପଛରେ ପଡ଼ିଛି କଂଗ୍ରେସ? କଂଗ୍ରେସ ସାଂସଦ କହିଲେ କାରଣ...

Advertisment
ପଞ୍ଚାୟତ ଫଇସଲା: କାହିଁକି ପଛରେ ପଡ଼ିଛି କଂଗ୍ରେସ? କଂଗ୍ରେସ ସାଂସଦ କହିଲେ କାରଣ...

କନକ ବ୍ୟୁରୋ: ଆସିବାରେ ଲାଗିଛି ପଞ୍ଚାୟତ ଫଳାଫଳ । ତୃତୀୟ ଦିନର ଗଣତି ଭିତରେ ଟ୍ରେଣ୍ଡରେ ଏକତରଫା ଭଳି ଆଗରେ ବିଜେଡି । ଅନ୍ୟପଟେ ପଞ୍ଚାୟତ ଫଳାଫଳ ନେଇ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ନିଜ ମତ ପ୍ରକାଶ କରିଛନ୍ତି । ଉଲାକା କହିଛନ୍ତି କି, ଏହି ଫଳାଫଳ ଆମ ଆଶାନୁରୂପ ହୋଇନାହିଁ, ତେଣୁ କଂଗ୍ରେସକୁ ସଙ୍ଗଠନ ସୁଦୃଢ କରିବାକୁ ପଡିବ । ଆମେ ମାନୁଛୁ, ଓଡିଶାରେ କଂଗ୍ରେସ ଦୁର୍ବଳ ରହିଛି କିନ୍ତୁ ଭୋଟରଙ୍କ ଭରସା ଜିତୁବାକୁ ହେଲେ ସଙ୍ଗଠନକୁ ଅଧିକ କ୍ରିୟାଶୀଳ କରିବାକୁ ପଡ଼ିବ ।

ଅନ୍ୟପଟେ କଂଗ୍ରେସର ବୁଥ ସ୍ତରରେ ଟାଣୁଆ କର୍ମୀ ନଥିଲେ ଭୋଟ ଆସିବନି ବୋଲି ଏହାକୁ ସ୍ୱୀକାର କରିବାକୁ ପଡ଼ିବ । ସବୁଠାରୁ ବଡ଼ କଥା ହେଲା ବିଜୟ ପାଇବାକୁ ହେଲେ ପ୍ରଥମେ ସ୍ଥାନୀୟ ସମସ୍ୟାକୁ ବୁଝିବାକୁ ପଡିବ, ୬ ମାସ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିବା ଆବଶ୍ୟକ । ଟାଣୁଆ ପ୍ରାର୍ଥୀଙ୍କୁ ବାଛି ବାଛି ନିର୍ବାଚନରେ ଛିଡା କରିବାକୁ ପଡିବ । ବଡ ମିଟିଂ ନୁହେଁ ଗାଁ ଗାଁ ବୁଲି ମିଟିଂ କରି ତୃଣମୂଳସ୍ତରରେ ମଜବୁତ କରିବାକୁ ପ୍ରଥମିକତା ଦେବା ଜରୁରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe