କନକ ବ୍ୟୁରୋ: ଆସିବାରେ ଲାଗିଛି ପଞ୍ଚାୟତ ଫଳାଫଳ । ତୃତୀୟ ଦିନର ଗଣତି ଭିତରେ ଟ୍ରେଣ୍ଡରେ ଏକତରଫା ଭଳି ଆଗରେ ବିଜେଡି । ଅନ୍ୟପଟେ ପଞ୍ଚାୟତ ଫଳାଫଳ ନେଇ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ନିଜ ମତ ପ୍ରକାଶ କରିଛନ୍ତି । ଉଲାକା କହିଛନ୍ତି କି, ଏହି ଫଳାଫଳ ଆମ ଆଶାନୁରୂପ ହୋଇନାହିଁ, ତେଣୁ କଂଗ୍ରେସକୁ ସଙ୍ଗଠନ ସୁଦୃଢ କରିବାକୁ ପଡିବ । ଆମେ ମାନୁଛୁ, ଓଡିଶାରେ କଂଗ୍ରେସ ଦୁର୍ବଳ ରହିଛି କିନ୍ତୁ ଭୋଟରଙ୍କ ଭରସା ଜିତୁବାକୁ ହେଲେ ସଙ୍ଗଠନକୁ ଅଧିକ କ୍ରିୟାଶୀଳ କରିବାକୁ ପଡ଼ିବ ।
ପଞ୍ଚାୟତ ଫଳାଫଳ ନେଇ କଂଗ୍ରେସ ସାଂସଦ ସପ୍ତଗିରି ଉଲାକାଙ୍କ ପ୍ରତିକ୍ରିୟା
ଏହି ଫଳାଫଳ ଆମ ଆଶାନୁରୂପ ହୋଇନାହିଁ
କଂଗ୍ରେସକୁ ସଙ୍ଗଠନ ସୁଦୃଢ କରିବାକୁ ପଡିବ
ଆମେ ମାନୁଛୁ, ଓଡିଶାରେ କଂଗ୍ରେସ ଦୁର୍ବଳ ରହିଛି
ସଙ୍ଗଠନକୁ ଅଧିକ କ୍ରିୟାଶୀଳ କରିବାକୁ ଲକ୍ଷ୍ୟ ଅଛି#PanchayatResults#PanchayatCounting#Congresspic.twitter.com/dTCrHdX0jp— Kanak News (@kanak_news) February 28, 2022
ଅନ୍ୟପଟେ କଂଗ୍ରେସର ବୁଥ ସ୍ତରରେ ଟାଣୁଆ କର୍ମୀ ନଥିଲେ ଭୋଟ ଆସିବନି ବୋଲି ଏହାକୁ ସ୍ୱୀକାର କରିବାକୁ ପଡ଼ିବ । ସବୁଠାରୁ ବଡ଼ କଥା ହେଲା ବିଜୟ ପାଇବାକୁ ହେଲେ ପ୍ରଥମେ ସ୍ଥାନୀୟ ସମସ୍ୟାକୁ ବୁଝିବାକୁ ପଡିବ, ୬ ମାସ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିବା ଆବଶ୍ୟକ । ଟାଣୁଆ ପ୍ରାର୍ଥୀଙ୍କୁ ବାଛି ବାଛି ନିର୍ବାଚନରେ ଛିଡା କରିବାକୁ ପଡିବ । ବଡ ମିଟିଂ ନୁହେଁ ଗାଁ ଗାଁ ବୁଲି ମିଟିଂ କରି ତୃଣମୂଳସ୍ତରରେ ମଜବୁତ କରିବାକୁ ପ୍ରଥମିକତା ଦେବା ଜରୁରୀ ।