କନକ ବ୍ୟୁରୋ: ଚାଲିଛି ଭୋଟ୍ ଗଣତି, ତୃତୀୟ ଦିନରେ ରାତି ୭ଟା ୩୦ ମିନିଟ୍ ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ୮୫୧ଟି ଜୋନରୁ ବିଜେଡି ୭୬୧ଟି ଜୋନରେ ଆଗୁଆ ରହିଛି, ବିଜେପି ୪୫ ଏବଂ କଂଗ୍ରେସ ୩୮ ଜୋନରେ ଆଗୁଆ ରହିଛି । ସେହିପରି ୩ଟି ଜୋନରେ ସ୍ୱାଧିନ ପ୍ରାର୍ଥୀ ଆଗୁଆ ରହିଥିବାବେଳେ ୪ଟିି ଜୋନରେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ଆଗୁଆ ରହିଛନ୍ତି ।
ସେପଟେ ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ଏବେସୁଦ୍ଧା ହୋଇଥିବା ଗଣତିର ଫଳାଫଳ ପ୍ରକାଶ କରାଯାଇଛି । ଏଯାବତ୍ ସଦ୍ୟତମ ତଥ୍ୟ ମୁତାବକ ୮୫୧ ଜୋନ ମଧ୍ୟରୁ ବିଜେଡି ୫୫୩ ଜୋନରେ ବିଜୟୀ, ୩୧ଟି ଜୋନରେ ବିଜେପି ବିଜୟୀ ହୋଇଥିବାବେଳେ କଂଗ୍ରେସ ୩୦ଟି ଓ ୬ଟି ଜୋନରେ ଅନ୍ୟାନ୍ୟ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।