ପଞ୍ଚାୟତ ଫଇସଲା: ରାତି ସାଢ଼େ ୭ଟା ସୁଦ୍ଧାର ଟ୍ରେଣ୍ଡ୍, ବିଜେପି-କଂଗ୍ରେସ ମଧ୍ୟରେ ଚାଲିଛି ଟ୍ରେଣ୍ଡର ଲୁଚକାଳି ।

160

କନକ ବ୍ୟୁରୋ: ଭୋଟ ବାକ୍ସରୁ ଖୋଲୁଛି ପ୍ରାର୍ଥୀଙ୍କ ଭବିଷ୍ୟତ, ରାଜ୍ୟର ମୋଟ୍ ୮୫୧ ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ଦ୍ୱିତୀୟ ଦିନରେ ୩୦୬ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ୍ ଗଣତି । ତେବେ ରାତି ସାଢ଼େ ୭ଟା ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ୮୫୧ଟି ଜୋନରୁ ବିଜେଡି ୫୫୧ଟି ଜୋନରେ ଆଗୁଆ ରହିଛି, ବିଜେପି ୩୧ ଏବଂ କଂଗ୍ରେସ ୩୧ ଜୋନରେ ଆଗୁଆ ରହିଛି । ସେହିପରି ୭ଟିି ଜୋନରେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ଆଗୁଆ ରହିଛନ୍ତି ।

ସେପଟେ ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ପ୍ରଥମ ଦିନ ଗଣତିର ଫଳାଫଳ ପ୍ରକାଶ କରାଯାଇଛି । ପ୍ରଥମ ଦିନର ୩୧୫ ଜୋନ୍ ମଧ୍ୟରୁ ୩୧୪ ଜୋନର ଫଳାଫଳ ଘୋଷଣା ହୋଇଛି । ନିଆଳି ଜୋନ୍-୧ର ଜିଲ୍ଲା ପରିଷଦ ଫଳାଫଳ ଘୋଷଣା ହୋଇନାହିଁ । ତେବେ ଘୋଷଣା ହୋଇଥିବା ୩୧୪ଟି ଆସନରେ ବଡ ବ୍ୟବଧାନରେ ବାଜି ମାରି ନେଇଛି ବିଜେଡି । ୩୧୪ ଜୋନରୁ ୨୮୧ରେ ବିଜେଡି, ବିଜେପି ୧୫, କଂଗ୍ରେସ ୧୪ ବିଜୟୀ ହୋଇଥିବାବେଳେ ସ୍ୱାଧୀନ ୨ ଓ ଅନ୍ୟାନ ୨ଟି ଜୋନରେ ବିଜୟୀ ହୋଇଛନ୍ତି ।