ପଞ୍ଚାୟତ ଫଇସଲା: ବଦଳୁଛି ଟ୍ରେଣ୍ଡ୍… ରାତି ୯ଟା ସୁଦ୍ଧା ଟ୍ରେଣ୍ଡ୍ କହୁଛି, ‘ପଦ୍ମ’ର ଫ୍ଲପ୍ ଶୋ’, ଉଠୁନି ‘ହାତ’, ‘ଶଙ୍ଖ’ ସୁପରହିଟ୍ ।

188

କନକ ବ୍ୟୁରୋ: ଭୋଟ ବାକ୍ସରୁ ଖୋଲୁଛି ପ୍ରାର୍ଥୀଙ୍କ ଭବିଷ୍ୟତ, ତୃତୀୟ ଦିନରେ ଚାଲିଛି ଭୋଟ୍ ଗଣତି । ରାତି ୯ଟା ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ୮୫୧ଟି ଜୋନରୁ ବିଜେଡି ୭୬୩ଟି ଜୋନରେ ଆଗୁଆ ରହିଛି, ବିଜେପି ୪୪ ଏବଂ କଂଗ୍ରେସ ୩୭ ଜୋନରେ ଆଗୁଆ ରହିଛି । ସେହିପରି ୩ଟି ଜୋନରେ ସ୍ୱାଧିନ ପ୍ରାର୍ଥୀ ଆଗୁଆ ରହିଥିବାବେଳେ ୪ଟିି ଜୋନରେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ଆଗୁଆ ରହିଛନ୍ତି ।

ସେପଟେ ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ଏବେସୁଦ୍ଧା ହୋଇଥିବା ଗଣତିର ଫଳାଫଳ ପ୍ରକାଶ କରାଯାଇଛି । ଏଯାବତ୍ ସଦ୍ୟତମ ତଥ୍ୟ ମୁତାବକ ୮୫୧ ଜୋନରୁ ବିଜେଡି ୫୫୩ ଜୋନରେ ବିଜୟୀ, ୩୧ଟି ଜୋନରେ ବିଜେପି ବିଜୟୀ ହୋଇଥିବାବେଳେ କଂଗ୍ରେସ ୩୦ଟି ଓ ୬ଟି ଜୋନରେ ଅନ୍ୟାନ୍ୟ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।