ତୃତୀୟ ଦିନର ଗଣତି ଜାରି, ଅପରାହ୍ନ ୪ଟା ସୁଦ୍ଧା ଟ୍ରେଣ୍ଡ୍, ବିରୋଧୀଙ୍କୁ ପଛରେ ପକାଇ ଟ୍ରେଣ୍ଡରେ ଆଗରେ ବିଜେଡି ।

Advertisment
ଚାଲିଛି ତୃତୀୟ ଦିନର ଗଣତି: ଏବେର ଟ୍ରେଣ୍ଡ୍ ଦେଲା ବିରୋଧୀଙ୍କୁ ଝଟକା, ଦେଖନ୍ତୁ କିଏ ଆଗରେ କିଏ ପଛରେ?

କନକ ବ୍ୟୁରୋ: ଭୋଟ ବାକ୍ସରୁ ଖୋଲୁଛି ପ୍ରାର୍ଥୀଙ୍କ ଭବିଷ୍ୟତ, ତୃତୀୟ ଦିନରେ ୨୩୧ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ୍ ଗଣତି । ତେବେ ଅପରାହ୍ନ ୪ଟା ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ବିଜେଡି ୨୧୦ଟି ଜୋନରେ ଆଗୁଆ ରହିଛି, ବିଜେପି ୧୫ ଏବଂ କଂଗ୍ରେସ ୬ଟି ଜୋନରେ ଆଗୁଆ ରହିଛି ।

ସେପଟେ ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ଏବେସୁଦ୍ଧା ହୋଇଥିବା ଗଣତିର ଫଳାଫଳ ପ୍ରକାଶ କରାଯାଇଛି । ଏଯାବତ୍ ସଦ୍ୟତମ ତଥ୍ୟ ମୁତାବକ ୮୫୧ ଜୋନରୁ ବିଜେଡି ୫୫୩ ଜୋନରେ ବିଜୟୀ, ୩୧ଟି ଜୋନରେ ବିଜେପି ବିଜୟୀ ହୋଇଥିବାବେଳେ କଂଗ୍ରେସ ୩୦ଟି ଓ ୬ଟି ଜୋନରେ ଅନ୍ୟାନ୍ୟ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe