କନକ ବ୍ୟୁରୋ: ଭୋଟ ବାକ୍ସରୁ ଖୋଲୁଛି ପ୍ରାର୍ଥୀଙ୍କ ଭବିଷ୍ୟତ, ତୃତୀୟ ଦିନରେ ୨୩୧ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ୍ ଗଣତି । ଅପରାହ୍ନ ୪ଟା ୩୦ ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ୮୫୧ଟି ଜୋନରୁ ବିଜେଡି ୭୬୦ଟି ଜୋନରେ ଆଗୁଆ ରହିଛି, ବିଜେପି ୪୭ ଏବଂ କଂଗ୍ରେସ ୩୭ ଜୋନରେ ଆଗୁଆ ରହିଛି । ସେହିପରି ୩ଟି ଜୋନରେ ସ୍ୱାଧିନ ପ୍ରାର୍ଥୀ ଆଗୁଆ ରହିଥିବାବେଳେ ୪ଟିି ଜୋନରେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ଆଗୁଆ ରହିଛନ୍ତି ।
#ଓଡିଶା_ଦେଉଛି_ରାୟ#ଆସିଲା_ସବୁ_ଜୋନର_ଟ୍ରେଣ୍ଡ
ଚାଲିଛି ୩ୟ ଦିନର ଗଣତି । ଦେଖନ୍ତୁ କିଏ ରହିଛି ଆଗରେ, କିଏ ରହିଛି ପଛରେ...???#ElectionsWithKanakNews#PanchayatResults#PanchayatCounting#Odisha#KanakNewspic.twitter.com/fCQB1BiQmY— Kanak News (@kanak_news) February 28, 2022
ସେପଟେ ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ଏବେସୁଦ୍ଧା ହୋଇଥିବା ଗଣତିର ଫଳାଫଳ ପ୍ରକାଶ କରାଯାଇଛି । ଏଯାବତ୍ ସଦ୍ୟତମ ତଥ୍ୟ ମୁତାବକ ୮୫୧ ଜୋନରୁ ବିଜେଡି ୫୫୩ ଜୋନରେ ବିଜୟୀ, ୩୧ଟି ଜୋନରେ ବିଜେପି ବିଜୟୀ ହୋଇଥିବାବେଳେ କଂଗ୍ରେସ ୩୦ଟି ଓ ୬ଟି ଜୋନରେ ଅନ୍ୟାନ୍ୟ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।