କନକ ବ୍ୟୁରୋ: ଭୋଟ ବାକ୍ସରୁ ଖୋଲୁଛି ପ୍ରାର୍ଥୀଙ୍କ ଭବିଷ୍ୟତ, ଦ୍ୱିତୀୟ ଦିନରେ ୩୦୬ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ୍ ଗଣତି । ସନ୍ଧ୍ୟା ୫ଟା ୫୦ ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ବିଜେଡି ୨୬୧ଟି ଜୋନରେ ଆଗୁଆ ରହିଛି, ବିଜେପି ୨୦ ଏବଂ କଂଗ୍ରେସ ୧୯ ଜୋନରେ ଆଗୁଆ ରହିଛି । ଗୋଟିଏ ଆସନରେ ସ୍ୱାଧିନ ପ୍ରାର୍ଥୀ ଆଗୁଆ ରହିଥିବାବେଳେ ୨ଟି ଜୋନରେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ଆଗୁଆ ରହିଛନ୍ତି ।
ସେପଟେ ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ପ୍ରଥମ ଦିନ ଗଣତିର ଫଳାଫଳ ପ୍ରକାଶ କରାଯାଇଛି । ପ୍ରଥମ ଦିନର ୩୧୫ ଜୋନ୍ ମଧ୍ୟରୁ ୩୧୪ ଜୋନର ଫଳାଫଳ ଘୋଷଣା ହୋଇଛି । ନିଆଳି ଜୋନ୍-୧ର ଜିଲ୍ଲା ପରିଷଦ ଫଳାଫଳ ଘୋଷଣା ହୋଇନାହିଁ । ତେବେ ଘୋଷଣା ହୋଇଥିବା ୩୧୪ଟି ଆସନରେ ବଡ ବ୍ୟବଧାନରେ ବାଜି ମାରି ନେଇଛି ବିଜେଡି । ୩୧୪ ଜୋନରୁ ୨୮୧ରେ ବିଜେଡି, ବିଜେପି ୧୫, କଂଗ୍ରେସ ୧୪ ବିଜୟୀ ହୋଇଥିବାବେଳେ ସ୍ୱାଧୀନ ୨ ଓ ଅନ୍ୟାନ ୨ଟି ଜୋନରେ ବିଜୟୀ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/22-40.jpg)