ପଞ୍ଚାୟତ ଫଇସଲା: ଦ୍ୱିତୀୟ ଦିନର ଗଣତି ଜାରି, ଏବେର ଟ୍ରେଣ୍ଡରେ କିଏ ଆଗରେ କିଏ ପଛରେ ପଢ଼ନ୍ତୁ…

135

କନକ ବ୍ୟୁରୋ: ଭୋଟ ବାକ୍ସରୁ ଖୋଲୁଛି ପ୍ରାର୍ଥୀଙ୍କ ଭବିଷ୍ୟତ, ଦ୍ୱିତୀୟ ଦିନରେ ୩୦୬ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ୍ ଗଣତି । ସନ୍ଧ୍ୟା ୫ଟା ୫୦ ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ବିଜେଡି ୨୬୧ଟି ଜୋନରେ ଆଗୁଆ ରହିଛି, ବିଜେପି ୨୦ ଏବଂ କଂଗ୍ରେସ ୧୯ ଜୋନରେ ଆଗୁଆ ରହିଛି । ଗୋଟିଏ ଆସନରେ ସ୍ୱାଧିନ ପ୍ରାର୍ଥୀ ଆଗୁଆ ରହିଥିବାବେଳେ ୨ଟି ଜୋନରେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ଆଗୁଆ ରହିଛନ୍ତି ।

ସେପଟେ ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ପ୍ରଥମ ଦିନ ଗଣତିର ଫଳାଫଳ ପ୍ରକାଶ କରାଯାଇଛି । ପ୍ରଥମ ଦିନର ୩୧୫ ଜୋନ୍ ମଧ୍ୟରୁ ୩୧୪ ଜୋନର ଫଳାଫଳ ଘୋଷଣା ହୋଇଛି । ନିଆଳି ଜୋନ୍-୧ର ଜିଲ୍ଲା ପରିଷଦ ଫଳାଫଳ ଘୋଷଣା ହୋଇନାହିଁ । ତେବେ ଘୋଷଣା ହୋଇଥିବା ୩୧୪ଟି ଆସନରେ ବଡ ବ୍ୟବଧାନରେ ବାଜି ମାରି ନେଇଛି ବିଜେଡି । ୩୧୪ ଜୋନରୁ ୨୮୧ରେ ବିଜେଡି, ବିଜେପି ୧୫, କଂଗ୍ରେସ ୧୪ ବିଜୟୀ ହୋଇଥିବାବେଳେ ସ୍ୱାଧୀନ ୨ ଓ ଅନ୍ୟାନ ୨ଟି ଜୋନରେ ବିଜୟୀ ହୋଇଛନ୍ତି ।