ପଞ୍ଚାୟତ ଫଇସଲା: ଦ୍ୱିତୀୟ ଦିନର ଗଣତି ଜାରି, ଦିନ ୧ଟା ୫୦ ସୁଦ୍ଧା କିଏ ଆଗରେ କିଏ ପଛରେ ପଢ଼ନ୍ତୁ...

Advertisment
ପଞ୍ଚାୟତ ଫଇସଲା: ଦ୍ୱିତୀୟ ଦିନର ଗଣତି ଜାରି, ଦିନ ୧ଟା ୫୦ ସୁଦ୍ଧା କିଏ ଆଗରେ କିଏ ପଛରେ ପଢ଼ନ୍ତୁ...

କନକ ବ୍ୟୁରୋ: ଦ୍ୱିତୀୟ ଦିନର କାଉଣ୍ଟିଂ ଜାରି, ପ୍ରାରମ୍ଭିକ ଟ୍ରେଣ୍ଡ୍ ନେତାଙ୍କୁ ଦେଉଛି ଟେନସନ୍, ପ୍ରାର୍ଥୀଙ୍କ ସହ ବଢୁଛି ନେତାଙ୍କ ହୃଦସ୍ପନ୍ଦନ । ଦ୍ୱିତୀୟ ଦିନରେ ୩୦୬ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ୍ ଗଣତି । ଦିନ ୧ଟା ୫୦ ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ବିଜେଡି ୨୮୭ ଜୋନରେ ଆଗୁଆ ରହିଛି, ବିଜେପି ୨୩ ଏବଂ କଂଗ୍ରେସ ୧୫ ଜୋନରେ ଆଗୁଆ ରହିଥିବାବେଳେ ସ୍ୱାଧିନ ପ୍ରାର୍ଥୀ ୧ଟି ଜୋନ୍ ଏବଂ ୩ଟି ଜୋନରେ ଅନ୍ୟାନ୍ୟ ପ୍ରାର୍ଥୀ ଆଗୁଆ ରହିଛନ୍ତି ।

ରାଜ୍ୟର ମୋଟ୍ ୮୫୧ ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଗଣତି । ଦିନ ୧ଟା ୫୦ ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ୮୫୧ଟି ଜୋନରୁ ବିଜେଡି ୫୩୩ଟି ଜୋନରେ ଆଗୁଆ ରହିଛି, ବିଜେପି ୩୬ ଏବଂ କଂଗ୍ରେସ ୩୧ ଜୋନରେ ଆଗୁଆ ରହିଛି । ସେହିପରି ୮ଟି ଜୋନରେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ଆଗୁଆ ରହିଛନ୍ତି ।

ଅନ୍ୟପଟେ ଏଯାବତ୍ ୩୦୦ ଜିଲ୍ଲାପରିଷଦ ଜୋନର ଫଳାଫଳ ଆସି ସାରିଛି । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ଆସିଥିବା ତଥ୍ୟ ମୁତାବକ, ବିଜେଡି ୨୬୮ ଜୋନରେ ବିଜୟୀ ହୋଇଥିବାବେଳେ ୧୪ଟି ଜୋନରେ ବିଜେପି ଓ ୧୪ଟି ଜୋନରେ କଂଗ୍ରେସ ବାଜିମାତ୍ କରିଛନ୍ତି । ସେହିପରି ୨ଟି ଜୋନରେ ସ୍ୱାଧିନ ପ୍ରାର୍ଥୀ ଏବଂ ୨ଟି ଜୋନରେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି । ଦ୍ୱିତୀୟ ଦିନର ପ୍ରାରମ୍ଭିକ ଟ୍ରେଣ୍ଡ୍ ବିଜେଡି ଶିବିରରେ ଖୁସି ଭରିଥିବାବେଳେ ବିରୋଧୀଙ୍କ ଶିବିରରେ ଆଜି ବି ନିରାଶା ଖେଳିଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe