ପଞ୍ଚାୟତ ଫଇସଲା: ଭୋଟ୍ ଗଣତିର ଦ୍ୱିତୀୟ ଦିନ, ଆରମ୍ଭ ହେଲା କାଉଣ୍ଟିଂ….

116

କନକ ବ୍ୟୁରୋ: ପଞ୍ଚାୟତ ଫଇସଲାର ଦ୍ୱିତୀୟ ଦିନ । ଆରମ୍ଭ ହେଲା ଭୋଟ୍ ଗଣତି । ଆଜି ୩୦୫ ଜିଲ୍ଳା ପରିଷଦ ଜୋନ୍ ପାଇଁ ହେବ ମତ ଗଣନା । ଭୋଟ୍ ବାକ୍ସରୁ ବାହାରିବ ପ୍ରାର୍ଥୀଙ୍କ ଭବିଷ୍ୟତ । ତେବେ ସୂଚନା ମୁତାବକ, ଗତକାଲି ଅର୍ଥାତ୍ ପ୍ରଥମ ଦିନର ବଳକା ଆସନ ଗୁଡ଼ିକର ଗଣତି ପରେ ହିଁ ଦ୍ୱିତୀୟ ଦିନର ଗଣତି ଆରମ୍ଭ ହେବ । ତେବେ ଗଣତିର ଦ୍ୱିତୀୟ ଦିନରେ ରାଜ୍ୟର ୩୦୫ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍ ଗଣତି ହେବ ।

ତେବେ ପ୍ରଥମ ଦିନର ଗଣତିରେ ବିଜେଡି ଆଗୁଆ ରହିଛି । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, ପ୍ରଥମ ଦିନ ଗଣତିରେ ୩୧୫ ଜୋନରୁ ୨୫୬ ଜୋନର ଫଳାଫଳ ପ୍ରକାଶ କରାଯାଇଛି । ସେଥିମଧ୍ୟରୁ ୨୩୦ ଜୋନରେ ବିଜେଡି ବିଜୟ ହୋଇଛି । ୧୨ଟି ଜୋନରେ କଂଗ୍ରେସ ଓ ୧୦ଟିରେ ବିଜେପି ବାଜିମାତ୍ କରିଥିବା ୨ଟି ଜୋନରେ ସ୍ୱାଧିନ ପ୍ରାର୍ଥୀ ବିଜୟ ହୋଇଛନ୍ତି । ସେହିଭଳି ୨ଟି ଜୋନ୍ ଅନ୍ୟାନ୍ୟ ପ୍ରାର୍ଥୀଙ୍କ ଖାତାକୁ ଯାଇଛି ।