କନକ ବ୍ୟୁରୋ : ପଂଚାୟତ ନିର୍ବାଚନ ସଂରକ୍ଷଣ ଚିଠା ତାଲିକାକୁ ନେଇ ଅସନ୍ତୋଷ । ପଂଚାୟତ ସଂରକ୍ଷଣ ଆଧାର ବିହୀନ ବୋଲି ଅଭିଯୋଗ ହୋଇଛି । ତରବରିଆ ଭାବେ କରାଯାଇଥିବାରୁ ଅନେକ ସ୍ଥାନରେ ତ୍ରୁଟି ହୋଇଥିବା ଅଭିଯୋଗ କରିଛି ବିଜେପି । ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ସଂରକ୍ଷଣ ତାଲିକା ଏକ ତ୍ରୁଟିପୂର୍ଣ୍ଣ । ଅନେକ ସ୍ଥାନରେ ଅଭିଯୋଗ ପାଇଁ ଲୋକେ ପ୍ରସ୍ତୁତ ହେଲେଣି । ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତର ସହ ବିଚାର କରିବା ଆବଶ୍ୟକ ବୋଲି ଦାବି କରିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ ।
ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି କମ୍ ଦିନନରେ କେମିତି ତାଲିକା ପ୍ରକାଶ ପାଇଲା । ତାଲିକା ସଂପୂର୍ଣ୍ଣ ଭାବେ ତ୍ରୁଟିପୂର୍ଣ୍ଣ । ନିଜ ସୁବିଧା ଅନୁସାରେ ତାଲିକା ପ୍ରକାଶ କରାଯାଇଛି । ଆସନ ସଂରକ୍ଷଣରେ ଯେଉଁ ତାଲିକା ପ୍ରକାଶ ପାଇଛି ତାକୁ ବାତିଲ କରିବାକୁ ସେ ଦାବି କରିଛନ୍ତି । ସେପଟେ ବିଜେଡି ବିଧାକୟ ପ୍ରଶାନ୍ତ ମୁଦୁଲି କହିଛନ୍ତି, କାହାକୁ ସୁହାଇଲା ଭଳି ସଂରକ୍ଷଣ ହୋଇନାହିଁ । ସଂରକ୍ଷଣ ସଂପୂର୍ଣ୍ଣ ଠିକ୍ ଭାବେ ହୋଇଛି । ଯଦି କେଉଁଠି କ’ଣ ଆପତି ଅଭିଯୋଗ ଆସିବ, ସରକାର ତାର ତର୍ଜମା କରିବେ ।