ଗୀତରେ ଗୀତରେ ପଞ୍ଚାୟତ ପ୍ରଚାର : ପ୍ରାର୍ଥୀଙ୍କ ପ୍ରଚାର ଲାଗି ଷ୍ଟୁଡିଓରେ ଚାଲିଛି ଗୀତ ରେକର୍ଡିଂ

149

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ଚଳଚଂଚଳ ରାଜନୀତି । ନିର୍ବାଚନ ପ୍ରଚାର ବେଳେ ଦଳକୁ ଭୋଟର ବହୁମତ ଦେଇ ଜିତେଇବାକୁ ଅନେକ ଗୀତ ମଧ୍ୟ ରେକର୍ଡିଂ କରାଯାଏ । ଏବେ ପଞ୍ଚାୟତ ନିର୍ବାଚନକୁ ନେଇ ଜୋର ଧରିଛି ଗୀତ ରେକର୍ଡିଂ । ବିଭିନ୍ନ ପ୍ରକାର ଗୀତ ମାଧ୍ୟମରେ ପ୍ରାର୍ଥୀ ପ୍ରଚାର କରିବେ ସେଥିପାଇଁ ଷ୍ଟୁଡିଓରେ ଚାଲିଛି ଗୀତ ରେକର୍ଡିଂ ।

ପ୍ରାର୍ଥୀଙ୍କ ମନ ଜାଣି ରେକର୍ଡିଂ ହେଉଛି ବିଭିନ୍ନ ପ୍ରକାର ଗୀତ  । ଚଳିତ ଥର କୋଭିଡ କଟକଣା ପାଇଁ ଡିଜିଟାଲ ପ୍ରଚାର କରାଯିବ । ସେଥିପାଇଁ ପ୍ରାର୍ଥୀଙ୍କ ମନରେ ଦ୍ୱନ୍ଦ୍ୱ ଥିଲା ଗୀତ ରେକର୍ଡିଂକୁ ନେଇ । କିନ୍ତୁ ଏବେ ପୁଣି ରେକର୍ଡିଂ ପାଇଁ ବିଭିନ୍ନ ପ୍ରକାର ଗୀତର ବରାଦ ଆସୁଥିବା କହିଛନ୍ତି କଣ୍ଠଶିଳ୍ପୀ ।