କନକ ବ୍ୟୁରୋ : ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରଚାର ଲାଗି ପ୍ରାର୍ଥୀଙ୍କ ନିଆରା ଫର୍ମୁଲା ଦେଖିବାକୁ ମିଳୁଛି । ପଦ୍ମପୁର ଉପଖଣ୍ଡ ରାଜାବୋଡାସମ୍ବର ବ୍ଲକ ପଲସାପାଲି ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭିନ୍ନ ଢଙ୍ଗରେ ପ୍ରଚାର କରୁଥିବା ଦେଖିବାକୁ ମିଳିଛି ।

Advertisment

ପଲସାପାଲି ପଞ୍ଚାୟତ ସାରଙ୍ଗପୁର ଗାଁର ରତ୍ନାକର ବଢେଇ ଚଳିତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତାଙ୍କୁ ନିଶୁଣି ଚିହ୍ନ ମିଳିଛି । ସେ ଏବେ ବାଇକରେ ନିଶୁଣି ଧରି ଷ୍ଟଂଟ କରି ନିର୍ବାଚନ ପ୍ରଚାର କରୁଛନ୍ତି । ରତ୍ନାକର ବଢେଇ ପୂର୍ବରୁ ସାଇକେଲ ଓ ମୋଟର ସାଇକେଲରେ ବିଭିନ୍ନ ପ୍ରକାର ଷ୍ଟଂଟ କରିଛନ୍ତି । ସେହି କୌଶଳକୁ ବ୍ୟବହାର କରି ନିର୍ବାଚନ ପ୍ରଚାର କରୁଛନ୍ତି ।

ସେପଟେ, ନବରଙ୍ଗପୁରରେ ନିଜ ସପକ୍ଷରେ ଭୋଟ୍ ନେବାକୁ ନାଚି ନାଚି ପ୍ରଚାର କରୁଛନ୍ତି ଜିଲ୍ଲାପରିଷଦ ପ୍ରାର୍ଥୀ । ଚନ୍ଦାହାଣ୍ଡି ବ୍ଲକର ଉଭୟ ଜୋନରେ କଂଗ୍ରେସ ପ୍ରାର୍ଥୀ ଏପରି ପ୍ରଚାର କରୁଛନ୍ତି । ଜୋନର ଦୁଇର ପ୍ରାର୍ଥିନୀ ମମତା ବେଶ୍ରା ପାଟଖଳିଆ ପଞ୍ଚାୟତରେ ପ୍ରଚାର ସମୟରେ ଉପସ୍ଥିତ ଭୋଟରଙ୍କ ମନ ଜିଣିବାକୁ ନିର୍ବାଚନୀ ଗୀତରେ ନାଚିବା ସହିତ ଭୋଟରଙ୍କୁ ନଚାଉଥିବା ଦେଖିବାକୁ ମିଳିଛି । ଭୋଟରମାନେ ମଧ୍ୟ ପ୍ରାର୍ଥୀଙ୍କ ସହ ମିଶି ନାଚି ଥିଲେ । ସୋସିଆଲ ମିଡିଆରେ ଏହି ଭିଜୁଆଲ୍ ଭାଇରାଲ ହୋଇଛି ।