ଘୁଞ୍ଚିବନି ପଞ୍ଚାୟତ ନିର୍ବାଚନ : ପଞ୍ଚାୟତିରାଜ ମନ୍ତ୍ରୀ କହିଲେ, ନିର୍ବାଚନ କମିଶନଙ୍କୁ ରିପୋର୍ଟ ଦେଇସାରିଛନ୍ତି ରାଜ୍ୟ ସରକାର

ଠିକ ସମୟରେ ହେବ ତାରିଖ ଘୋଷଣା, ଫେବୃଆରୀରେ ହେବାର ଅଛି ଭୋଟ୍

250

କନକ ବ୍ୟୁରୋ : ଘୁଞ୍ଚିବନି ପଞ୍ଚାୟତ ନିର୍ବାଚନ । ଏହା ସ୍ପଷ୍ଟ କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ସେ କହିଛନ୍ତି, ରାଜ୍ୟ ସରକାର ଏ ନେଇ ନିର୍ବାଚନ କମିଶନଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି । ଖୁବଶୀଘ୍ର ନିର୍ବାଚନ ତାରିଖ ଘୋଷଣା ହେବ । ଫେବୃଆରୀରେ ରାଜ୍ୟରେ ପଂଚାୟତ ନିର୍ବାଚନ ହେବାର ଅଛି । ଏଥିପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରସ୍ତୁତି ବି ଆରମ୍ଭ ହୋଇଛି । ରାଜ୍ୟ ନିର୍ବାଚନ କମିଶନ ନଭେମ୍ବର ୧୬ ତାରିଖରେ ବିଜ୍ଞପ୍ତି ଜାରି କରି ପଂଚାୟତ ନିର୍ବାଚନର ସିଟ ସଂରକ୍ଷଣ ତାଲିକା ଜାରି କରିଥିଲେ ।

୫୦ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଜନସଂଖ୍ୟା ଆଧାରରେ ପଛୁଆ ବର୍ଗ, ଅନୂସୁଚିତ ଜାତି ଓ ଜନଜାତିଙ୍କୁ ମିଳିଛି ସଂରକ୍ଷଣ । ଏଥର ୬ ହଜାର ୭୯୪ ପଂଚାୟତ ଏବଂ ୯୧ ହଜାର ୯୧୬ ୱାର୍ଡରେ ତ୍ରିସ୍ତରୀୟ ନିର୍ବାଚନ ହେବ । ସେଥିମଧ୍ୟରୁ ୪୯ ହଜାର ୪୬୯ ସିଟ୍ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ପଛୁଆ ବର୍ଗଙ୍କ ପାଇଁ ୧୨ ହଜାର ୩୧ଟି ୱାର୍ଡ ସଂରକ୍ଷିତ ରହିଛି । ସରପଂଚ ପାଇଁ ୬ ହଜାର ୭୯୪ ପଂଚାୟତ ମଧ୍ୟରୁ ୩୫ ଶହ ସିଟ୍ ମହିଳା ମାନଙ୍କ ପାଇଁ ସଂରକ୍ଷିତ ରହିଛି ।