୩୧୫ ଆସନର ଟ୍ରେଣ୍ଡ : ପ୍ରାରମ୍ଭିକ ଟ୍ରେଣ୍ଡରେ କିଏ ଆଗରେ, କିଏ ପଛରେ ?

Advertisment
ପଛରେ ପଡ଼ିଯିବେ କି ବିରୋଧୀ? ଦିନ ୧୧ଟା ସୁଦ୍ଧା କିଏ ଆଗରେ କିଏ ପଛରେ ପଢ଼ନ୍ତୁ...

କନକ ବ୍ୟୁରୋ : ପଞ୍ଚାୟତ ଫଇସଲାରେ ସମୟ ଗଡୁଛି, ବିଜେଡି ବଢୁଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ୩୧୫ ଜିଲ୍ଲା ପରିଷଦ ଆସନରୁ ୨୭୩ ଆସନରେ ବିଜେଡି ଆଗରେ ରହିଛି । ବହୁ ପଛରେ ବିରୋଧୀ କଂଗ୍ରେସ ଓ ବିଜେପି । ମାତ୍ର ୨୨ ଆସନରେ ବିଜେପି ଆଗୁଆ ଥିବା ବେଳେ ୧୫ ଆସନରେ କଂଗ୍ରେସ ଆଗରେ ରହିଛି । ଅନ୍ୟାନ୍ୟ ଦଳର ପ୍ରାର୍ଥୀ ଓ ସ୍ୱାଧୀନ ପ୍ରାର୍ଥୀ ୫ ଆସନରେ ଆଗରେ ରହିଛନ୍ତି ।

ତେବେ ଏହାରି ଭିତରେ ବଡ ତଫାତ୍ ସାମ୍ନାକୁ ଆସିଛି । ମୟୂରଭଞ୍ଜରେ ବିଜେଡିର ଦମଦାର ପ୍ରଦର୍ଶନ । ଆଜି ଗଣତି ହେଉଥିବା ୨୬ ଜିଲ୍ଲା ପରିଷଦ ଜୋନ ମଧ୍ୟରୁ ୨୫ ଆସନରେ ବିଜେଡି ପ୍ରାର୍ଥୀ ଆଗୁଆ।ବିଜେପି ଓ କଂଗ୍ରେସକୁ ଲାଗିଛି ଶକ୍ତ ଝଟକା। ଗୋଟିଏ ଆସନରେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ଆଗରେ ରହିଛନ୍ତି । ୨୦୧୭ ନିର୍ବାଚନରେ ମୟୂରଭଞ୍ଜରେ ବିଜେଡିକୁ ଝଟକା ଦେଇଥିଲା ବିଜେପି । ଯାହାର ପ୍ରଭାବ ସାଧାରଣ ନିର୍ବାଚନରେ ଦେଖିବାକୁ ମିଳିଥିଲା ।

ବର୍ତ୍ତମାନ ସୁଦ୍ଧା ଟ୍ରେଣ୍ଡ ଅନୁସାରେ, ୧୦ ଆସନରେ ଏକାକୀ ବିଜେଡି ଆଗରେ ରହିଛି । ଭଦ୍ରକ, ଦେବଗଡ, ଜଗତସିଂହପୁର, ଯାଜପୁର, ଝାରସୁଗୁଡା, କେନ୍ଦ୍ରାପଡା, ମାଲକାନଗିରି, ନୟାଗଡ଼, ପୁରୀ, ସୋନପୁର । ସେପଟେ, ୧୫ଟି ଜିଲ୍ଲାରେ ଖାତା ଖୋଲିନି ବିଜେପି । ଭଦ୍ରକ, ,ଦେବଗଡ଼, ଗଜପତି, ଜଗତସିଂହପୁର, ଯାଜପୁର, ଝାରସୁଗୁଡା, କେନ୍ଦ୍ରାପଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼,ନୂଆପଡା, ପୁରୀ, ରାୟଗଡା, ସୋନପୁର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe