କନକ ବ୍ୟୁରୋ : କଟକ, କେନ୍ଦ୍ରାପଡା ଓ ଜଗତସିଂହପୁରରେ ବିଜେଡିର ଚମତ୍କାର ପ୍ରଦର୍ଶନ । ୩ଜିଲ୍ଲାର ୬୪ ଜୋନରୁ ପରିଣାମ ଆସିଲାଣି । ପ୍ରଥମ ଦିନରେ ୩୧ରୁ ୩୦ ଏବଂ ଦ୍ୱିତୀୟ ଦିନରେ ୩୩ରୁ ୩୩ ବିଜେଡି ଖାତାରେ । ୨୦୧୭ ତୁଳନାରେ ୧୪ଜୋନ୍ ବିଜେପି ହରାଇପାରେ । ସେହିପରି କଂଗ୍ରେସ ଗୋଟିଏ ଜୋନ୍ ହାତଛଡା କରିସାରିଛି ।

Advertisment

କଟକ ଜିଲ୍ଲାର ୧୫ଟି ଯାକ ଜୋନ୍‌ରେ ବିଜେଡି ପ୍ରାର୍ଥୀମାନେ ଆଗୁଆ ରହିଛନ୍ତି । ସେଥିରୁ କେବଳ ବାଙ୍କୀ ନିର୍ବାଚନ ମଣ୍ଡଳୀର ବାଙ୍କୀ ଜୋନ୍‌ରେ କଂଗ୍ରେସ ପ୍ରାର୍ଥୀ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ଅନ୍ୟ ସମସ୍ତ ଜୋନ୍‌ରେ ବିଜେପି ପ୍ରାର୍ଥୀମାନେ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଦ୍ବିତୀୟ ଦିନ ଗଣତି ଚାଲିଥିବା ଜୋନ୍ ମଧ୍ୟରୁ ବଡ଼ମ୍ବା ନିର୍ବାଚନମଣ୍ଡଳୀର ‌ବଡ଼ମ୍ବା ୩୦ ନମ୍ବର ଜୋନ୍ ଏବଂ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ନିଶ୍ଚିନ୍ତକୋଇଲି ୨୬ ନମ୍ବର ଜୋନ୍‌ ୨୦୧୭ ନିର୍ବାଚନରେ ବ‌ିଜେପି ଖାତାକୁ ଯାଇଥିଲା । ତେବେ ଟ୍ରେଣ୍ଡ ଅନୁସାରେ,

କଟକ -୨୯/୪୬
ବିଜେଡି- ୨୮, ବିଜେପି- ୦୧, କଂଗ୍ରେସ- ୦୦

କେନ୍ଦ୍ରାପଡା -୧୯/୨୨
ବିଜେଡି- ୧୯, ବିଜେପି- ୦୦, କଂଗ୍ରେସ-୦୦

ଜଗତସିଂହପୁର -୧୬/୨୬
ବିଜେଡି- ୧୬, ବିଜେପି- ୦୦, କଂଗ୍ରେସ-୦୦

କିନ୍ତୁ ୨ଟିଯାକ ଜୋନ୍‌କୁ ଏଥର ବିଜେଡି ପୁଣି ଦଖଲ କରିବାରେ ସଫଳ ହୋଇଛି । ସେହିଭଳି କେନ୍ଦ୍ରାପଡାରେ ଭୋଟ ଗଣତି ଚାଲିଥିବା ବେଳେ ସବୁଠି ବିଜେଡି ପ୍ରାର୍ଥୀମାନେ ବହୁ ଭୋଟ୍ ବ୍ୟବଧାନରେ ଆଗୁଆ ରହିଛନ୍ତି । କେବଳ ରାଜନଗର ନିର୍ବାଚନ ମଣ୍ଡଳୀର ୨ ନମ୍ବର ଜୋନ୍‌ରେ କଂଗ୍ରେସ ପ୍ରାର୍ଥୀ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ଅନ୍ୟ ୯ଟି ଜୋନ୍‌ରେ ବିଜେପି ପ୍ରାର୍ଥୀମାନେ ଦ୍ବିତୀୟ ସ୍ଥାନରେ ରହିଛନ୍ତି । କିନ୍ତୁ ୨୦୧୭ ନିର୍ବାଚନରେ ବିଜେପି ଏହି ୧୦ଟି ଜୋନରୁ ୪ଟି ଜୋନ୍‌ରେ ବିଜୟୀ ହୋଇପାରିଥିଲା । କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀର ଜୋନ୍ ୬ ଓ ୧୬ ବିଜେପି ଖାତାକୁ ଯାଇଥିବା ବେଳେ ମହାକାଳପଡାର ୨୦ ଓ ୨୧ ନମ୍ବର ଜୋନ୍ ବିଜେପି ଖାତାକୁ ଯାଇଥିଲା । କିନ୍ତୁ ଏଥର ୪ଟି ଯାକ ଜୋନ୍‌ରେ ବିଜେଡି ପ୍ରାର୍ଥୀମାନେ ବହୁ ଭୋଟରେ ଆଗୁଆ ରହି ବିଜୟର ନିକଟତର ହୋଇଛନ୍ତି ।

ଅନ୍ୟପଟେ ଜଗତସିଂହପୁର ଜିଲ୍ଲାର ୮ଟି ଜିଲ୍ଲା ପରିଷଦ ଜୋନ୍‌ ଭୋଟ ଗଣତି ଚାଲିଥିବା ବେଳେ ସବୁ ଥିରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି। ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ରଘୁନାଥପୁର ଓ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ଏରସମା ଜୋନ୍‌ରେ ବିଜେପି ପ୍ରାର୍ଥୀ ଦ୍ବିତୀୟ ସ୍ଥାନ‌ରେ ରହିଥିବା ବେଳେ ଅନ୍ୟ ୬ଟି ସ୍ଥାନରେ କଂଗ୍ରେସ ପ୍ରାର୍ଥୀମ‌ାନେ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ୨୦୧୭ ପଂଚାୟତ ନିର୍ବାଚନରେ ଅବଶ୍ୟ ଏହି ସମସ୍ତ ଜୋନ୍‌ ବିଜେଡି ଖାତାରେ ରହିଥିଲା ।