ପଞ୍ଚାୟତ ଫଇସଲା : ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେଡି ବହୁ ଆଗରେ, ବିଜେପି ଓ କଂଗ୍ରେସ ବହୁ ପଛରେ

Advertisment
ପଞ୍ଚାୟତ ଫଇସଲା : ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେଡି ବହୁ ଆଗରେ, ବିଜେପି ଓ କଂଗ୍ରେସ ବହୁ ପଛରେ

କନକ ବ୍ୟୁରୋ : ପଞ୍ଚାୟତ ଫଇସଲାର ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେଡି ବହୁ ଆଗରେ, ବିଜେପି ଓ କଂଗ୍ରେସ ବହୁ ପଛରେ । ୨୬୩ ଆସନରେ ବିଜେଡି ଆଗରେ ରହିଥିବା ବେଳେ ମାତ୍ର ୨୯ ଆସନରେ ବିଜେପି ଆଗରେ ରହିଛି । ପଶ୍ଚିମ ଓଡ଼ିଶାରେ ବି ବିଜେପିକୁ ଲାଗିଛି ବଡ ଝଟକା । କଂଗ୍ରେସର ଅବସ୍ଥା ବି ଶୋଚନୀୟ । ମାତ୍ର ୧୭ ଜିଲ୍ଲା ପରିଷଦ ଜୋନରେ ଆଗରେ ରହିଛି କଂଗ୍ରେସ । ସେହିଭଳି ଅନ୍ୟାନ୍ୟ ଦଳର ପ୍ରାର୍ଥୀ ଓ ସ୍ୱାଧୀନ ପ୍ରାର୍ଥୀ ୬ ଆସନରେ ଆଗରେ ରହିଛନ୍ତି ।

ସେପଟେ, ପ୍ରାରମ୍ଭିକ ଟ୍ରେଣ୍ଡରେ କୋଟିଆର ସ୍ୱାଧୀନ ପ୍ରାର୍ଥୀ ଆଗୁଆ । ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ସ୍ୱାଧୀନ ପ୍ରାର୍ଥୀ ଟିକାଇ ଗେମେଲ ୧୩୨୮ ଭୋଟରେ ଆଗୁଆ । ସର୍ବଦଳୀୟ ପ୍ରାର୍ଥୀ ମମତା ଜାନିଙ୍କୁ ୧୭୯୬ ଭୋଟ, ଟିକାଇ ଗେମେଲଙ୍କୁ ୩୧୨୪ ଭୋଟ ମିଳିଛି । କୋଟିଆରେ ଆନ୍ଧ୍ରକୁ ଚେକ୍ ଦେବାକୁ ଏକାଠି ହୋଇଥିଲେ ସବୁ ଦଳ । ସହମତି ଭିତ୍ତିରେ ମମତା ଜାନିଙ୍କୁ ସର୍ବଦଳୀୟ ପ୍ରାର୍ଥୀ କରାଯାଇଥିଲା । ସର୍ବଦଳୀୟ ପ୍ରାର୍ଥୀଙ୍କ ଅପେକ୍ଷା ସ୍ୱାଧୀନ ପ୍ରାର୍ଥୀଙ୍କ ସହ ଥିବା ନେଇ ସଂକେତ ଦେଲେ କୋଟିଆବାସୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe