ଆନ୍ଧ୍ରକୁ କଡା ଜବାବ ଦେବ ଓଡ଼ିଶା : ଆଜି କୋଟିଆ ଯାଉଛନ୍ତି ସବୁ ଦଳର ନେତା

Advertisment
ଆନ୍ଧ୍ରକୁ କଡା ଜବାବ ଦେବ ଓଡ଼ିଶା : ଆଜି କୋଟିଆ ଯାଉଛନ୍ତି ସବୁ ଦଳର ନେତା

କନକ ବ୍ୟୁରୋ : ଆନ୍ଧ୍ରର ଚାଲକୁ କଡା ଜବାବ ଦେବାକୁ ଉଦ୍ୟମ । ଆଜି କୋଟିଆ ଯାଉଛନ୍ତି ସର୍ବଦଳୀୟ ନେତା । କୋଟିଆରେ ପଂଚାୟତ ନିର୍ବାଚନ ହେଉଛି । ଏଠାରେ ସର୍ବଦଳୀୟ ନେତାଙ୍କ ପାଇଁ ପ୍ରଚାରରେ ସାମିଲ ହେବ ସବୁଦଳର ନେତା । ଏହି ନେତାମାନେ ଜିଲ୍ଲାପରିଷଦ ପାଇଁ ସର୍ବଦଳୀୟ ପ୍ରାର୍ଥୀ ମମତା ଜାନିଙ୍କ ପାଇଁ ପ୍ରଚାର କରିବେ ।

ଗତମାସରେ କୋଟିଆରେ ଇଲେକ୍ସନ ନୁହେଁ ସିଲେକ୍ସନ କରିବାକୁ ନିଷ୍ପତି ହୋଇଥିଲା । କିନ୍ତୁ ସ୍ୱାଧୀନ ପ୍ରାର୍ଥୀ ଟିକାଇ ଗମେଲ ସ୍ୱାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଫଳରେ ନିର୍ବାଚନ ନିଶ୍ଚିତ ହୋଇପଡିଥିଲା । ଆଜିର ପ୍ରଚାରରେ ସାମିଲ ହେଲେ ବିଜେପିର ଜୟରାମ ପାଙ୍ଗୀ, ବିଜେଡିର ଇଶ୍ୱର ପାଣିଗ୍ରାହୀ ଓ କଂଗ୍ରେସର ରାମଚନ୍ଦ୍ର କାଡମ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe