ପଞ୍ଚାୟତ ନିର୍ବାଚନ ନେଇ ବଡ ଖବର । ବଢିଲା ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା । ଜାଣନ୍ତୁ କେତେ ଟଙ୍କା ଖର୍ଚ୍ଚ କରିପାରିବେ ପ୍ରାର୍ଥୀ ?

247

କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ନେଇ ବଡ ଖବର । ନିର୍ବାଚନ ପାଇଁ ଫିଟୁଛି ଗୋଟେ ପରେ ଗୋଟେ ବାଟ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢିଲା ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା । ଏଥର ନିର୍ବାଚନରେ କେତେ ଟଙ୍କା ଖର୍ଚ୍ଚ କରିପାରିବେ ପ୍ରାର୍ଥୀ ? ସେନେଇ ରାଜ୍ୟ ନିର୍ବାଚନ କମିଶନ ସ୍ଥିର କରିଛନ୍ତି ଖର୍ଚ୍ଚ ସୀମା । ଜିଲ୍ଲା ପରିଷଦ ପ୍ରାର୍ଥୀ ପାଇଁ ଖର୍ଚ୍ଚ ସୀମା ୫ ଲକ୍ଷ ରହିଛି । ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ପାଇଁ ୨ ଲକ୍ଷ ଟଙ୍କାର ଖର୍ଚ୍ଚ ସୀମା ନିର୍ଦ୍ଧାରିତ ।

ତେବେ ପୂର୍ବରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ପାଇଁ ଖର୍ଚ୍ଚ ସୀମା ୨ ଲକ୍ଷ ଟଙ୍କା ଥିଲା । ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ପାଇଁ ୮୦ ହଜାର ଟଙ୍କା ଖର୍ଚ୍ଚ ସୀମା ଥିଲା । ନିର୍ବାଚନ ବେଳେ ଖର୍ଚ୍ଚ ସୀମା ବୃଦ୍ଧି ପାଇଁ ସର୍ବଦଳୀୟ ବୈଠକରେ ଦାବି ହୋଇଥିଲା । ଆଉ ଏବେ ଖର୍ଚ୍ଚ ସୀମା ବୃଦ୍ଧି ଉପରେ ମୋହର ମାରିଛନ୍ତି ରାଜ୍ୟ ନିର୍ବାଚନ କମିଶନ ।

ସେପଟେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବଦଳିଲା ଭୋଟିଂ ସମୟ । ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ହେବ ମତଦାନ । ପ୍ରଚାର କାର୍ଯ୍ୟରେ ଗାଡି ବ୍ୟବହାର ନେଇ ମଧ୍ୟ ଗାଇଡଲାଇନ ଜାରି ହେଲା । ଜିଲ୍ଲା ପରିଷଦ ପ୍ରାର୍ଥୀ ୫ଟି କାର ଓ ୧୦ଟି ବାଇକ ବ୍ୟବହାର କରିପାରିବେ । ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ୨ଟି ଲେଖାଏଁ କାର୍ ବା ଜିପ ବ୍ୟବହାର କରିପାରିବେ ଏବଂ ୫ଟି ଲେଖାଏଁ ବାଇକ୍ ପ୍ରଚାରରେ ବ୍ୟବହାର କରିପାରିବେ ବୋଲି ଗାଇଡଲାଇନ ଜାରି କରାଯାଇଛି ।