ପଞ୍ଚାୟତ ନିର୍ବାଚନ ୨୦୨୨ : ଦ୍ୱିତୀୟ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୧୩,୩୫୬ ଜଣ ପ୍ରାର୍ଥୀ ।

89

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଆଜି ଦ୍ୱିତୀୟ ଦିନ ଥିଲା ।  ଆଜି ଦ୍ୱିତୀୟ ଦିନରେ ବିଭିନ୍ନ ପଦପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀ । ନାମାଙ୍କନପତ୍ର ଦାଖଲର ଆଜି ଦ୍ୱିତୀୟ ଦିନ ହୋଇଥିବା ବେଳେ ମୋଟ ୧୩୩୫୬ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ସରପଞ୍ଚ ପଦବୀ ପାଇଁ ୧୫୪୬ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ୱାର୍ଡମେମ୍ବର ପାଇଁ ୧୦୭୩୪ ଜଣ, ସମିତି ସଭ୍ୟ ପାଇଁ ୧୦୩୪ ଓ ୪୨ ଜଣ ଜିଲ୍ଲା ପରିଷଦ ସଭ୍ୟ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ରାଜ୍ୟରେ ୮୭୭୨ ଜଣ ପ୍ରାର୍ଥୀ ପଞ୍ଚାୟତ ମୈଦାନକୁ ଓହ୍ଲାଇଥିଲେ । ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ଆଉ ୨୨ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ  ହେବା ପରେ ୨୫ ତାରିଖ ସୁଦ୍ଧା ନାମାଙ୍କନପତ୍ର ପ୍ରତ୍ୟାହାର ହୋଇପାରିବ । ଆଉ ୨୫ ତାରିଖରେ ହିଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଫେବ୍ରୁଆରୀ ୧୬ରୁ ୨୪ ମଧ୍ୟରେ ୫ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇଥିବା ବେଳେ ଆଜି କିଛି ସ୍ଥାନରେ ଉତ୍ତେଜନା ଦେଖିବାକୁ ମିଳିଛି ।