‘ପାଣି ନାହିଁ ତ ଭୋଟ ନାହିଁ’ ପାଣି ନାହିଁ, ନାରା ଦେଇ ପଞ୍ଚାୟତ କାର୍ଯ୍ୟାଳୟ ଘେରିଲେ ମହିଳା । ରାୟଗଡାରେ ପାଣି ପାଇଁ ହଟହଟା ।

40

କନକ ବ୍ୟୁରୋ: ପାଣି ନାହିଁ ତ ଭୋଟ ନାହିଁ । ଏପରି ନାରାଦେଇ ହାଣ୍ଡି, ଗରା ଧରି ପଞ୍ଚାୟତ କାର୍ଯ୍ୟାଳୟ ଘେରିଲେ ମହିଳା । ରାୟଗଡ଼ା ଜିଲ୍ଲା ଆଗୁଳ ପଞ୍ଚାୟତରୁ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ମୁନିଗୁଡାବ୍ଲକ ଅନ୍ତର୍ଗତ ଅଗୁଳ ଗ୍ରାମର ହରିଜନ ସାହିର ଲୋକମାନେ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିଥିଲେ । ଗତ ଆଠ ମାସ ହେବ ପାଣି ସମାସ୍ୟା ଲାଗିରହିଥିବା ବେଳେ ଏହାର ସମାଧାନ ହୋଇପାରୁ ନାହିଁ । ତେଣୁ ପ୍ରତିବାଦରେ ସାହିର ମହିଳା ପୁରୁଷ ପଞ୍ଚାୟତ ଆଗରେ ଧାରଣାଦେବାସହ ପାଣି ନ ମିଳିଲେ ଭୋଟବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ।