ଅନୁଗୁଳରୁ ଆସିଲା ନିର୍ବାଚନର ରୋଚକ ଚିତ୍ର : ଭୋଟ ପାଇଁ ଭୋଟରଙ୍କୁ ମୁଣ୍ଡ ଛୁଆଁଇ ନିୟମ କରାଇଲେ ପ୍ରାର୍ଥୀ

Advertisment
ନିର୍ବାଚନ ମୈଦାନରେ ପ୍ରାର୍ଥୀଙ୍କ ନିଆରା ପ୍ରଚାର । ମଣ୍ଡ ଛୁଆଁଇ କରାଉଛନ୍ତି ଶପଥ, ଚିଠି ଲେଖି କହୁଛନ୍ତି ଭୋଟ୍ ଦେବାକୁ ।

କନକ ବ୍ୟୁରୋ : ନେତାମାନେ ଭୋଟରଙ୍କୁ ଗୀତା ଛୁଆଇଁବାର, ମହାପ୍ରସାଦ ଛୁଆଁଇବାର, ଠାକୁରଙ୍କ ନାଁରେ ଶପଥ କରିବାର ଦୃଶ୍ୟ ସାମ୍ନାକୁ ଆସିଛି । ହେଲେ ଆଜି ଆଉ ଏକ ରୋଚକ ଚିତ୍ର ଦେଖିବାକୁ ମିଳିଛି । ଯେଉଁଥିରେ ଭୋଟର ପ୍ରାର୍ଥୀଙ୍କୁ ମୁଣ୍ଡ ଛୁଆଁଇ ନିୟମ କରାଉଥିବା ଦେଖିବାକୁ ମିଳିଛି । ଅନୁଗୁଳ ଜିଲ୍ଲା ପୋକତୁଙ୍ଗା ପଂଚାୟତରେ ଦେଖିବାକୁ ମିଳିଛି କିଛି ଏଭଳି ଘଟଣା ।

ପଂଚାୟତରେ ବିଜୁ ପକ୍କାଘର ଓ ଇନ୍ଦିରା ଆବାସରେ ଦୁର୍ନିତି ହୋଇଥିବା ବେଳେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିପାରୁନି ଘର । ଭୋଟ ପାଇଁ ଗାଁ ଗାଁ ବୁଲି ପ୍ରଚାର କରୁଥିବା ସରପଂଚ ପ୍ରାର୍ଥୀଙ୍କୁ ମୁଣ୍ଡ ଛୁଆଁଇ ନିୟମ କରାଇଛନ୍ତି ଭୋଟର । ଯଦି ଜିତିବ ଇନ୍ଦିରା ଆବାସରେ ହେଉ କି ବିଜୁ ପକ୍କା ଘର ଯୋଜନାରେ ଘର ଖଣ୍ଡେ କରାଇଦେବ । କାରଣ ଅନେକ ପ୍ରାର୍ଥୀ ଭୋଟ ସମୟ ଗାଁରେ ଅନେକ କଥା କହି ପ୍ରଚାର ପ୍ରସାର କରନ୍ତି । ଭୋଟ ସରିଗଲା ପରେ ଗାଁକୁ କାହାର ପାଦ ପଡେନି ବୋଲି କହିଛନ୍ତି ଲୋକେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe