ପଞ୍ଚାୟତ ଜନାଦେଶ: ବିଜେଡି ଉପରେ ବିଶ୍ୱାସ ବଢିଥିବାରୁ ବଢ଼ିଛି ଭୋଟ୍- ରଣେନ୍ଦ୍ର…

89

କନକ ବ୍ୟୁରୋ: ଆସିବାରେ ଲାଗିଛି ପଞ୍ଚାୟତ ଫଳାଫଳ । ତୃତୀୟ ଦିନର ଗଣତି ଭିତରେ ଟ୍ରେଣ୍ଡରେ ଏକତରଫା ଭଳି ଆଗେଇ ଚାଲିଛି ବିଜେଡି । ଓଡ଼ିଶାର ବିଭିନ୍ନ ଜିଲ୍ଲା ପରିଷଦ ଜୋନକୁ ଦଖଲ କରି ବିଜୟ ବାନା ଉଡାଇ ଚାଲିଛି ବିଜେଡି । ଏଭଳି ଐତିହାସିକ ବିଜୟ ନେଇ ଯୋଗାଣ ମନ୍ତ୍ରୀ ତଥା ବିଜେଡିର ହେଭିୱେଟ୍ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ କନକ ନ୍ୟୁଜରେ ମତ ରଖିଛନ୍ତି । ରଣେନ୍ଦ୍ର କହିଛନ୍ତି, ନିର୍ବାଚନରେ ବିଜୟ ପାଇଁ କୌଣସି ରକେଟ୍ ସାଇନ୍ସର ଆବଶ୍ୟକତା ଦରକାର ନାହିଁ । ଯିଏ ତୃଣମୂଳସ୍ତରରେ କାମ କରିବ, ସିଏ ଜିତିବ ଏଠି ଜିତିବ ।

ସବୁଠାରୁ ବଡ଼କଥା ହେଲା, ନବୀନଙ୍କ ଜନକଲ୍ୟାଣକାରୀ ଯୋଜନା ଲୋକଙ୍କ ହୃଦୟକୁ ଛୁଇଁଛି । ଲୋକମାନେ ତୃଣମୂଳସ୍ତରରେ ଯୋଜନାର ଲାଭ ପାଇଛନ୍ତି । ତେଣୁ ଜନତା ଜନାର୍ଦ୍ଦନଙ୍କ ବିଶ୍ୱାସ ବିଜେଡି ଉପରେ ବଢ଼ିଥିବାରୁ ଏଭଳି ଫଳାଫଳର ପ୍ରତିଫଳନ । ଦୀର୍ଘ ଦୁଇ ଦଶନ୍ଧିରୁ ଯେମିତି ଆମେ ଲୋକଙ୍କ ସହ ଥିଲୁ ସେମିତି ରହୁଛୁ, ତେଣୁ ବିଶ୍ୱାସ ଜିତି ବିଜୟ ହେଇପାରିଲୁ ।

ଆମ ନେତା ତଥା ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ କଥା କମ କୁହନ୍ତି, କାମ ବେଶି କରନ୍ତି । ତାଙ୍କ ହାୱା ସାମ୍ନାରେ ବିରୋଧୀ ସବୁବେଳେ ପଛରେ ପଡ଼ିଛନ୍ତି ଆଉ ପଡୁଥିବେ । ଓଡିଶାରେ ବିରୋଧୀଙ୍କ ପାଖେ ପ୍ରସଙ୍ଗ ନଥିବାରୁ ସେମାନଙ୍କୁ ଭୋଟର ପ୍ରତ୍ୟାଖାନ୍ କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ତେବେ ଚଳିତ ପଞ୍ଚାୟତ ନିର୍ବାଚନର ଫଳାଫଳ ଆମକୁ ଲୋକଙ୍କ ସେବା କରିବାକୁ ଆହୁରି ଅଧିକ ବଳ ଯୋଗାଇବ । ତେଣୁ ସାରା ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।