କନକ ବ୍ୟୁରୋ: ଅସହାୟଙ୍କୁ ଖାଇବାକୁ ଦେଲେ । ଏହା ସହିତ ନିଜ ଘରକୁ ଯିବାକୁ ସହଯୋଗ କଲେ । କରୋନା କୁ ନେଇ ସାରା ଦେଶରେ ଲକଡାଉନରେ ମାଲକାନଗିରି ଜିଲ୍ଲା ମାଥିଲିରେ ଫସିଯାଇଥିଲେ ନୟାଗଡ ଜିଲ୍ଲାର ୭ ଜଣ ବୁଲା ବିକାଳି । କୌଣସି ଖାଇବା ନ ପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏତିକିବେଳେ ଖବରପାଇ ସମସ୍ତଙ୍କୁ ଉଦ୍ଧାର କରିଥିଲା ମାଥିଲି ପଂଚାୟତ । ମାଥିଲି ପିଇଓଙ୍କ ଉଦ୍ୟମରେ ପଂଚାୟତରେ ସମସ୍ତଙ୍କୁ ଖାଇବା ଯୋଗାଇ ଦିଆଯାଇଥିଲା । ପରେ ସେମାନଙ୍କ ନାଁରେ ପାସ୍ ତିଆରି କରି ନିଜ ଘରକୁ ଯିବା ପାଇଁ ସହଯୋଗ କରିଥିଲା ପ୍ରଶାସନ ।
ଅନ୍ୟପଟେ ଜିଲ୍ଲାରେ ଲକଡାଉନକୁ ସଫଳ କରିବାରେ କଡାକଡି ଭାବେ ଉଦ୍ୟମ ଜାରି ରଖିଛି ପ୍ରଶାସନ । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ମାଥିଲି ସଦରର ବିଭିନ୍ନ ସ୍ଥାନରେ ରାତିସାରା ଜଗି ରହୁଛନ୍ତି ସାଧା ପୋଷାକଧାରୀ ପୋଲିସ । ଲୋକଙ୍କୁ ଘରୁ ନ ବାହାରିବାକୁ ବୁଲି ବୁଲି ମାଇକ୍ ଯୋଗେ ପୁଲିସ୍ ଆହ୍ୱାନ ଦେବା ସହ ପ୍ରଶାସନକୁ ସହଯୋଗ କରିବା ପାଇଁ ଆହ୍ୱାନ କରୁଛନ୍ତି ତହସିଲଦାର । କାଁ ଭାଁ ଯାନବାହାନ ଚଳାଚଳ କରୁଥିବାରୁ ଅଟକ ରଖି କଡାକଡି ଭାବେ ଯାଂଚ କରୁଛି ମାଥିଲି ପୋଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/SAHAJOGA.jpg)
/kanak/media/post_attachments/wp-content/uploads/2020/03/vlcsnap-2020-03-28-11h38m07s525.png)