କନକ ବ୍ୟୁରୋ : କୋରାପୁଟ ବୈପାରୀଗୁଡାରେ ଦାଣ୍ଡରେ ପଡିଲା ଉଦଘାଟନ ରାଜନୀତି । ପଞ୍ଚାୟତ ଗୃହକୁ ସରପଞ୍ଚ ଉଦଘାଟନ କରିବା ପରେ ସିଲ କଲା ପୁଲିସ । ପଚାଂୟତ ଗୃହ ଉଦଘାଟନକୁ ନେଇ ସରଂପଚ ଓ ମନ୍ତ୍ରୀଙ୍କ ମଧ୍ୟରେ ଛକାପଂଝା । ମନ୍ତ୍ରୀ ଆସିବା ପୂର୍ବରୁ ପଂଚାୟତ ଘର ଉଦଘାଟନ କରିଦେଲେ ସରପଂଚ । ଗୋଟିଏ ଦିନରେ ଦୁଇ ଦୁଇ ଥର ପଂଚାୟତ ଗୃହ ଉଦ୍ଘାଟନ ଘଟଣାକୁ ନେଇ କୋରାପୁଟ ରାଜନୈତିକ ମହଲରେ ଚର୍ଚ୍ଚାର ଯୋର ଧରିଛି ।
ଘର ଗୋଟିଏ, ଉଦଘାଟନ ଦୁଇ ଥର । କାହିଁକି ଏମିତି ହୋଇଛି ଜାଣିଲେ ଆପଣ ବି ଆଶ୍ଚଯ୍ୟ ହୋଇଯିବେ । କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ପୁଜାରିଗୁଡ଼ା ପଂଚାୟତ ଗୃହ ଉଦଘାଟନ କାର୍ଯ୍ୟକ୍ରମରେ ମନ୍ତ୍ରୀ ପହଂଚିବା ଆଗରୁ ଉଦଘାଟନ କରି ଦେଇଛନ୍ତି ସ୍ଥାନୀୟ ସରପଂଚ ଦେବକୀ ପୂଜାରୀ । ଏନେଇ ଥାନାରେ ଲିଖିତ ଅଭିଯୋଗ ହେବା ପରେ ସଂପୃକ୍ତ ପଂଚାୟତ ଅଫିସକୁ ସିଲ କରି ପୁନର୍ବାର ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ୍ଙ୍କ ଦ୍ୱାରା ଉଦଘାଟନ କରାଇଛି ବୈପାରୀଗୁଡା ପୁଲିସ ।
ବୈପାରିଗୁଡ଼ା ପଂଚାୟତକୁ ୨ଟି ପଚାଂୟତରେ ବିଭକ୍ତ କରାଯିବା ପରେ ନୁତନ ଭାବେ ନିର୍ମାଣ ହୋଇଥିବା ପୁଜାରିଗୁଡ଼ା ପଚାଂୟତ ପାଇଁ ଗୃହ ନିର୍ମାଣ ହୋଇଥିଲା । ଏବଂ ତା’ର ଉଦଘାଟନ ପାଇଁ ମନ୍ତ୍ରୀ ପଦ୍ମୀନୀ ଦିଆନ, ନବରଗଂପୁର ସାଂସଦ ରମେଶ ମାଝୀ, କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ଓ ବିଧାୟକ ରଘୁରାମ ପୋଡ଼ାଲଙ୍କୁ ନିମନ୍ତ୍ରଣ କରାଯାଇଥିଲା । କିନ୍ତୁ ଏକଥା ସ୍ଥାନୀୟ ସରପଂଚଙ୍କୁ ଜଣାନଥିଲା ।