ପଞ୍ଚାୟତ ଫଇସଲା; ଚମକାଇଦେଲା ପ୍ରାରମ୍ଭିକ ଟ୍ରେଣ୍ଡ୍, ସକାଳ ୧୦ଟା ୩୫ ସୁଦ୍ଧା ସବୁଠୁ ଆଗରେ ରହିଛି ବିଜେଡି ।

Advertisment
ପଞ୍ଚାୟତ ଫଇସଲା; ଚମକାଇଦେଲା ପ୍ରାରମ୍ଭିକ ଟ୍ରେଣ୍ଡ୍, ସକାଳ ୧୦ଟା ୩୫ ସୁଦ୍ଧା ସବୁଠୁ ଆଗରେ ରହିଛି ବିଜେଡି ।

କନକ ବ୍ୟୁରୋ: ଚାଲିଛି ଭୋଟ୍ ଗଣତି, ଭୋଟ ବାକ୍ସରୁ ଖୋଲୁଛି ପ୍ରାର୍ଥୀଙ୍କ ଭବିଷ୍ୟତ, ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ୍ ଗଣତି । ତେବେ ସକାଳ ୧୦ଟା ୩୫ ସୁଦ୍ଧା ମୋଟ୍ ୮୫୧ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ବିଜେଡି ୧୪୩ ଜୋନରେ ଆଗୁଆ ରହିଛି, ୨୨ଟି ଜୋନରେ ବିଜେପି ଓ ୮ଟି ଜୋନରେ କଂଗ୍ରେସ ରହିଥିବାବେଳେ ୩ଟି ଜୋନରେ ଅନ୍ୟାନ୍ୟ ପ୍ରାର୍ଥୀ ଆଗରେ ରହିଛନ୍ତି ।

ତେବେ ପ୍ରାରମ୍ଭିକ ଟ୍ରେଣ୍ଡ୍ ବିଜେଡି ଶିବିରରେ ଖୁସି ଭରିଥିବାବେଳେ ଆଗକୁ ଆହୁରି ଟ୍ରେଣ୍ଡ୍ ଆସିବ । ତେଣୁ ବିରୋଧୀ ବିଜେପି ଓ କଂଗ୍ରେସ ଉଭୟ ଏ ଟ୍ରେଣ୍ଡକୁ ଏତେ ଗୁରୁତ୍ୱ ଦେଉନଥିବା ଦମ୍ଭୋକ୍ତି ବାଢୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe