କନକ ବ୍ୟୁରୋ: ପ୍ରାରମ୍ଭିକ ଟ୍ରେଣ୍ଡ୍ ନେତାଙ୍କୁ ଦେଉଛି ଟେନସନ୍, ପ୍ରାର୍ଥୀଙ୍କ ସହ ବଢୁଛି ନେତାଙ୍କ ହୃଦସ୍ପନ୍ଦନ । ଦିନ ୨ଟା ୧୦ ସୁଦ୍ଧା ଆସିଥିବା ଟ୍ରେଣ୍ଡ କହୁଛି ବଲାଙ୍ଗୀରରେ ପଛରେ ପଡ଼ିଛି ‘ପଦ୍ମ’ ୨୦୧୭ର ରେଜଲ୍ଟକୁ ରିପିଟ୍ କରିବାକୁ ଦମ୍ଭୋକ୍ତି ବାଢୁଥିବା ବିଜେପି ଟ୍ରେଣ୍ଡ୍ ମୁତାବକ ପଛରେ ପଡ଼ିଯାଇଛି ।

Advertisment

ପ୍ରଥମ ରାଉଣ୍ଡ ସୁଦ୍ଧା ବଲାଙ୍ଗିର ଜିଲ୍ଲା ୧୪ଟି ଜୋନର ଫଳାଫଳ...
ଆଗଲପୁର ବ୍ଲକ ଜୋନ-୧ ,ବିଜେଡିର ଦେବକୀ ସାହୁ ଆଗୁଆ.
ଖପ୍ରାଖୋଲ ବ୍ଲକ ଜୋନ-୩, ବିଜେପିର ପାୟଲ ଅଗ୍ରୱାଲ ଆଗୁଆ
ଗୁଡଭେଲା ବ୍ଲକ ଜୋନ-୫, ବିଜେଡି ପ୍ରଦୀପ ପଣ୍ଡା ଆଗୁଆ.
ଟିଟିଲାଗଡ ବ୍ଲକ ଜୋନ-୭,ବିଜେଡି ଗୀତା ବିଶି ଆଗୁଆ
ତୁରେକେଲା ବ୍ଲକ ଜୋନ-୧୦ ବିଜେଡି ସମା ପରବିନ୍ ଆଗୁଆ
ଦେଓଗାଁ ବ୍ଲକ ଜୋନ-୧୨ ବିଜେଡି ମମତା କୁମୁରା ଆଗୁଆ
ପାଟଣାଗଡ ବ୍ଲକ ଜୋନ-୧୪, ବିଜେଡି ବିଶ୍ୱେଶ୍ୱରୀ ବରିହା ଆଗୁଆ..
ପୁଇଁନ୍ତଲା ବ୍ଲକ ଜୋନ-୧୭, ବିଜେଡି ଲିପିକା ପ୍ରଧାନ ଆଗୁଆ
ବଂଗୋମୁଣ୍ଡା ବ୍ଲକ ଜୋନ-୨୦, ବିଜେପିର ଥବୀର ବାଗ ଆଗୁଆ.
ବଲାଙ୍ଗିର ସଦର ବ୍ଲକ ଜୋନ-୨୨,ବିଜେଡି ଅନାମିକା ହୋତା ଆଗୁଆ.
ବେଲପଡା ବ୍ଲକ ଜୋନ-୨୪, ବିଜେଡି ଜୟ ଧରୁଆ ଆଗୁଆ.
ମୁରିବାହାଲ ବ୍ଲକ,ଜୋନ-୨୭, ମିଥିଲା ମାଝି ଆଗୁଆ.
ସଇଁନ୍ତଲା ବ୍ଲକ,ଜୋନ-୩୦,ବିଜେଡି ହିମାଂଚଳ ବୁଡେକ ଆଗୁଆ
ଲୋଇସିଂହା ବ୍ଲକ,ଜୋନ-୩୩,ବିଜେଡି ନିଳୀମା ବେହେରା ଆଗୁଆ

ଗତ ୨୦୧୭ ନିର୍ବାଚନରେ ବଲାଙ୍ଗୀରର ୩୪ ଜିଲ୍ଲା ପରିଷଦ ଆସନରୁ ବିଜେପି ଏକାକୀ ୨୩ଟି ଆସନ ହାତେଇବା ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇଥିଲା । କନକ ବର୍ଦ୍ଧନ ସିଂହଦେଓଙ୍କ ଗୋଟିଚାଳନାରେ ଏଠାରେ ଶାସକ ଦଳକୁ ଧରାଶାୟୀ କରିଥିଲା ବିଜେପି । କାରଣ ସେତେବେଳେ ବିଜେପିରୁ ବିଧାୟକ ଥିଲେ କନକ । ତେଣୁ ସଙ୍ଗଠନ ସହ ଲଗାତାର ଜଡିତ ରହିଥିଲେ । ଯାହା ଦଳର ବିଜୟକୁ ସହଜ କରିଥିଲା । କିନ୍ତୁ ୨୦୧୭ର ପଞ୍ଚାୟତ ସଫଳତା ୨୦୧୯ରେ ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିନଥିଲା । କନକଙ୍କୁ ପ୍ରତ୍ୟାଖିତ କରିଥିଲେ ଭୋଟର । ତେବେ ସାଂସଦ ଭାବେ କନକଙ୍କ ପତ୍ନୀ ସଙ୍ଗୀତା ସିଂହଦେଓଙ୍କୁ ବାଛିଥିଲେ ବଲାଙ୍ଗୀରବାସୀ । ତେବେ ଚଳିତ ୨୦୨୨ ପଞ୍ଚାୟତ ନିର୍ବାଚନରେ ବଡ ଧରଣର ଓଲଟପାଲଟ ହୋଇପାରେ ବୋଲି ଟ୍ରେଣ୍ଡ୍ କହୁଛି ।