ଭିଜିଲାନ୍ସ ଜାଲରେ ବରଗଡ଼ କେଲେଙ୍ଗାପାଲି ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ: ଆୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଚଢ଼ାଉ

ବରଗଡ଼ ଓ ସମ୍ବଲପୁର ଭିଜିଲାନ୍ସ ବିଭାଗର ଏକକାଳୀନ ୪ଟି ସ୍ଥାନରେ ରେଡ୍

109

କନକ ବ୍ୟୁରୋ: ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ରେଡ଼ । ବରଗଡ଼ ଭଟଲି ବ୍ଲକ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଉମେଶ କୁମାର ସେଠଙ୍କ ଘରେ ଚଢଉ କରିଛି ଭିଜିଲାନ୍ସ । ବରଗଡ଼ ଓ ସମ୍ବଲପୁର ଭିଜିଲାନ୍ସ ବିଭାଗର ଅଧିକାରୀ ମାନେ ଉମେଶ ସେଠଙ୍କ ବରଗଡ଼ ସ୍ଥିତ ବାସ ଭବନ, ବରପାଲି ଥାନା ଅନ୍ତର୍ଗତ ଲାଉନସରା ଗାଁ ସ୍ଥିତ ବାସଭବନ, କେଙ୍ଗଲାପାଲି ଗ୍ରାମପଂଚାୟତ ଅଫିସ ଓ କେଶାଇପାଲି ପଂଚାୟତ ଅଫିସରେ ରେଡ଼ କରିଛନ୍ତି । ଏକକାଳୀନ ୪ଟି ସ୍ଥାନରେ ରେଡ଼ କରିଛି ଭିଜିଲାନ୍ସ । ଚଢଉ ସମୟରେ ବହୁ ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର ସମେତ ଜମି କିଣା କାଗଜପତ୍ର ମଧ୍ୟ ମିଳିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।