କନକ ବ୍ୟୁରୋ : ପଂଚାୟତ ନିର୍ବାଚନରେ ସରପଂଚ ପଦବୀ ପାଇଁ କାକାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛି ପୁତୁରା । ନିର୍ବାଚନ ମୈଦନାରେ ଗୋଟିଏ ପରିବାରର ଦୁଇ ଦୁଇଟି ପ୍ରାର୍ଥୀଙ୍କୁ ନେଇ ବଲାଙ୍ଗିରରେ ଚର୍ଚ୍ଚା ହେଉଛି । ଖପ୍ରାଖୋଲ ବ୍ଲକ ମାଳପଡା ପଂଚାୟତରେ ସରପଂଚ ପାଇଁ ଗୋପାଲ ମେହେର ପ୍ରାର୍ଥୀ ହୋଇଛନ୍ତି । ହେଲେ ତାଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ତାଙ୍କ ପୁତୁରା ହରେକୃଷ୍ଣ ମେହେର ।

Advertisment

ତେବେ ଅଂଚଳରେ ଚର୍ଚ୍ଚା ହେଉଛି ଗାଁ ଲୋକଙ୍କୁ ଭୋଜି ଦେଇଥିବା ବେଳେ ପୁତୁରା ଘରକୁ ନ ଡାକିବାରୁ, ନାମାଙ୍କନ ଦାଖଲ କରିଛନ୍ତି ପୁତୁରା । ସୂଚନା ଅନୁସାରେ ସରପଂଚ ପାଇଁ ନାମାଙ୍କନ ଦାଖଲ କରିବା ପରେ ଗୋପାଳ ମେହେର ଗାଁ ଲୋକଙ୍କୁ ଭୋଜ ଦେଇଥିଲେ । କିନ୍ତୁ ଭୋଜିରେ ପୁତୁରା ଘରର ଲୋକଙ୍କୁ ଡାକିନଥିଲେ ଗୋପାଳ । ଆଉ ଏହି କଥାକୁ ନେଇ ପୁତୁରା ଜୟକୃଷ୍ଣ ମେହେର ସରପଂଚ ପ୍ରାର୍ଥୀ ଭାବେ ଛିଡା ହୋଇଥିବା ଚର୍ଚ୍ଚା ହେଉଛି ।