ପଂଚାୟତ ନିର୍ବାଚନ : ପ୍ରଚାର କରିବା ବେଳେ ଭଦ୍ରକ ବାସୁଦେବପୁର ବିଧାୟକଙ୍କୁ ଘେରିଗଲେ ଲୋକ; ଦୀର୍ଘ ସମୟ ପରେ ଉଦ୍ଧାର କଲା ପୁଲିସ

Advertisment
ପଂଚାୟତ ନିର୍ବାଚନ : ପ୍ରଚାର କରିବା ବେଳେ ଭଦ୍ରକ ବାସୁଦେବପୁର ବିଧାୟକଙ୍କୁ ଘେରିଗଲେ ଲୋକ; ଦୀର୍ଘ ସମୟ ପରେ ଉଦ୍ଧାର କଲା ପୁଲିସ

କନକ ବ୍ୟୁରୋ : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପ୍ରଚାର ସରଗରମ ହୋଇଛି । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଗାଁ ଗାଁ ବୁଲି ଭୋଟ ମାଗୁଛନ୍ତି ବିଧାୟକ ଓ ମନ୍ତ୍ରୀ । କିନ୍ତୁ ଏହା ଭିତରେ ବିଭିନ୍ନ ସ୍ଥାନରୁ ଆସୁଛି ରୋଚକ ଚିତ୍ର । ନେତାମାନେ ଭୋଟ ମାଗୁଥିବାବେଳେ ଏଥର ଭୋଟରମାନେ ନେତାମାନଙ୍କୁ ସ୍ଥାନୀୟ ସମସ୍ୟା ନେଇ ଅବଗତ କରାଉଛନ୍ତି । କେଉଁଠି କେଉଁଠି ନେତାଙ୍କୁ ପ୍ରଶ୍ନ କରିବା ସହ ଘେରୁଥିବା ଦେଖିବାକୁ ମିଳିଛି ।

ଭଦ୍ରକ ବାସୁଦେବପୁର ନିର୍ବାଚନମଣ୍ଡଳୀର ବିଦେଇପୁର ପଂଚାୟତରୁ ଆସିଥିବା ଦୃଶ୍ୟ । ସ୍ଥାନୀୟ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ପ୍ରଚାର କରିବାକୁ ଗାଁକୁ ଯାଇଥିବାବେଳେ ଘେରି ଯାଇଥିଲେ ଗାଁ ଲୋକେ । ବାତ୍ୟା ଓ କରୋନା ସମୟରେ ବିଧାୟକ ଥରୁଟିଏ ବି ଗାଁକୁ ଆସିନଥିଲେ ବି ଏବେ କାହିଁକି ଭୋଟ ମାଗିବାକୁ ଆସିଛନ୍ତି ବୋଲି ପଚାରିଥିଲେ । ବିପଦ ସମୟରେ ବିଧାୟକ କେଉଁଠି ଥିଲେ ବୋଲି ପଚାରିଥିଲେ ।

ପରିସ୍ଥିତି ଏମିତି ହୋଇଥିଲା ବିଧାୟକ ଗାଁର ଜଣଙ୍କ ଘରେ ଯାଇ ଆଶ୍ରୟ ନେଇଥିଲେ । ଦୀର୍ଘ ସମୟ ଧରି ବିଧାୟକ ଘର ଭିତରେ ଥିବାବେଳେ ଗ୍ରାମବାସୀ ବାହାରେ ହୋହଲ୍ଲା କରିଥିଲେ । ଶେଷରେ ନିକଟରେ ଥିବା ସାମୁଦ୍ରିକ ଥାନା ପୁଲିସ ଆସି ବିଧାୟକଙ୍କୁ ଉଦ୍ଧାର କରିଥିଲା । ତେବେ ଏନେଇ ବିଧାୟକ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାଁନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe