କନକ ବ୍ୟୁରୋ : ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରେ ପଂଚାୟନ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି ସରକାର । ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଥିବା ସଂରକ୍ଷଣ ପ୍ରକ୍ରିୟାରୁ ଏଭଳି ସଂକେତ ମିଳୁଛି । ଆଗାମୀ ୮ ତାରିଖରେ ୱାର୍ଡମେମ୍ବର, ସରପଂଚ, ପଂଚାୟତ ସମିତି ସଦସ୍ୟ ଓ ଅଧ୍ୟକ୍ଷ ପଦବୀ ପାଇଁ ପ୍ରାଥମିକ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇବ । ୨୬ରେ ଜାରି ହେବ ଚୂଡାନ୍ତ ତାଲିକା ।
ଜିଲ୍ଲା ପରିଷଦ ପଦବୀ ପାଇଁ ମଧ୍ୟ ୮ ତାରିଖରେ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇ, ୩୦ ତାରିଖରେ ଚୂଡାନ୍ତ ତାକିଲା ପ୍ରକାଶ ପାଇବ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ୧୬ରେ ଚିଠା ଏବଂ ୨୬ରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ଏଥିପାଇଁ ତ୍ୱରିତ ପ୍ରକ୍ରିୟା ଶେଷ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା ଜାରି କରିଛି ପଂଚାୟତିରାଜ ବିଭାଗ । ଆଗାମୀ ୨୦୨୨ ମାର୍ଚ୍ଚ ୫ ତାରିଖରେ ପଂଚାୟତ ପ୍ରତିନିଧିଙ୍କ କାର୍ଯ୍ୟକାଳ ଶେଷ ହେବ । ତେଣୁ ନିୟମ ଅନୁସାରେ ତା ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ସାରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/25-2.jpg)