କନକ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ନିର୍ବାଚନ ମଣ୍ଡଳିର ୨୧ ନମ୍ବର ଜୋନରେ ଉଷ୍ମ ହୋଇଛି ନିର୍ବାଚନ ପାଣିପାଗ । ବିଜେଡି ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀନି ଅନୁରାଧା ସ୍ୱାଇଁ ଯଦୁପୁର ଏବଂ ମଶାକଣି ଗ୍ରାମରେ ଘରଘର ବୁଲି ପ୍ରଚାର ଆରମ୍ଭ କରିଛନ୍ତି । ଗତ ନିର୍ବାଚନରେ ଏହି ଜୋନଟି ବିଜେପି ହାତେଇ ଥିବାବେଳେ ଏଥର ବିଜେଡି ଦଳ ଏହି ଜୋନରେ ସଫଳତା ପାଇବା ଆଶରେ ସମସ୍ତ ଯୋର ଲଗାଇଦେଇଛି ।

Advertisment

ମହାକାଳଡା ବ୍ଲକର ପ୍ରାୟ ସମସ୍ତ ଗାଁ ଗହଳିର ନିର୍ବାଚନି ମାହୋଲ ଦେଖାଦେଇଥିବା ବେଳେ ତ୍ରିସ୍ତରିୟ ପଂଚାୟତ ନିର୍ବାଚନପାଇଁ ପ୍ରାର୍ଥୀ ମାନେ ପ୍ରଚାର ଯୋରଦାର କରିଛନ୍ତି । ଘରଘର ବୁଲି ପ୍ରଚାର କରିବା ସହିତ ବରିଷ୍ଠ ଭୋଟର ଏବଂ ଗରୁଜନ ମାନଙ୍କ ପାଦ ଛୁଇଁ ନମସ୍କାର ହେବା ସହିତ ଜନମତ ନିଜ ସପକ୍ଷରେ ନେବାପାଇଁ ପ୍ରାଣମୁର୍ଛ ଉଦ୍ୟମ ଆରମ୍ଭ କରିଦେଇଛନ୍ତି ବିଜେଡି , ବିଜେପି ଏବଂ କଂଗ୍ରେସ ଦଳର ପ୍ରାର୍ଥୀ ।

ସେପଟେ, ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ଜମିଲାଣି ପ୍ରଚାର । ଘର ଘର ବୁଲି ପ୍ରଚାର କରୁଛନ୍ତି ପ୍ରାର୍ଥୀ । କୃଷ୍ଣପ୍ରସାଦ ବ୍ଲକ ୯ ନମ୍ବର ଯୋନରେ ଆମ୍ ଆଦମୀ ପାର୍ଟିରୁ ଜିଲ୍ଲାପରିଷଦ ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ମନୋଜ ବିଶ୍ୱାଳ । ଗାଁ ଗାଁ ବୁଲି ଭୋଟରଙ୍କ ନିକଟତର ହେବା ସହ ନିଜ ସପକ୍ଷରେ ଭୋଟ୍ ଦେବାକୁ ଲୋକଙ୍କୁ ନିବେଦନ କରୁଛନ୍ତି ।

ଦୁର୍ନୀତି ବିରୋଧରେ ଲଢେଇକରି ଅଂଚଳର ଉନ୍ନତି ପାଇଁ ସେ ଲକ୍ଷ୍ୟ ରଖିଛନ୍ତି । ମନୋଜ ବିଶ୍ୱାଳ ବେଙ୍ଗାଲୁରୁରୁ ବ୍ୟାଙ୍କ ଚାକିରି ଛାଡ଼ି ସମାଜସେବା ପ୍ରତି ମନବଳାଇଛନ୍ତି । ନିର୍ବାଚନରେ ବିଜୟୀ ହେଲେ ଲୋକଙ୍କ ଉନ୍ନତି ପାଇଁ କାମ କରିବେ ବୋଲି କହିଛନ୍ତି ।