କନକ ବ୍ୟୁରୋ : କାକଟପୁରରେ ବିରୋଧର ସମ୍ମୁଖୀନ ହୋଇଛନ୍ତି କ୍ରୀଡାମନ୍ତ୍ରୀ । ପ୍ରଚାର ପାଇଁ ଯାଇଥିବାବେଳେ ମନ୍ତ୍ରୀଙ୍କୁ ବିରୋଧ କରିଛନ୍ତି ଲୋକ । କାକଟପୁର ନିକଟ ବୋଇତ କୁଦ ଗାଁକୁ ଏକ କର୍ମ ସମ୍ମିଳନୀରେ ଯୋଗ ଦେବା ପାଇଁ ଯାଇଥିବାବେଳେ ହଟହଟା ହୋଇଛନ୍ତି କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ।

Advertisment

ମନ୍ତ୍ରୀଙ୍କ ସହ ଥିବା ୨ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ଓ କିଛି କର୍ମୀଙ୍କୁ ଘେରିଯାଇ ଲୋକେ ପ୍ରଶ୍ନ କରିଥିଲେ । ଗାଁକୁ ରାସ୍ତା ନାହିଁ ତ ଭୋଟ ନାହିଁ ବୋଲି ନାରା ଦେଇ ଭୋଟ୍ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲେ ଲୋକ । ଏନେଇ ମନ୍ତ୍ରୀ ପ୍ରତିଶ୍ରୁତି ଦେଇ ରଖିନଥିବାରୁ ଲୋକେ ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ୍ ବର୍ଜନ କରିବାକୁ ଘୋଷଣା କରିଥିଲେ । ହେଲେ ଗତକାଲି ରାତିରେ ମନ୍ତ୍ରୀ ସେହି ଗାଁକୁ ପ୍ରଚାର ପାଇଁ ଯାଇଥିବାବେଳେ ଉତ୍ୟକ୍ତ ହୋଇପଡିଥିଲେ ଲୋକ ।

ଦୀର୍ଘ ସମୟ ଧରି ମନ୍ତ୍ରୀ ଓ ସମର୍ଥକଙ୍କ ସହ ବଚସା ଘରେ ମନ୍ତ୍ରୀ ସେଠାରୁ ବାଟକାଟି ଚାଲି ଆସିଥିଲେ । ହେଲେ ପ୍ରଥମଥର ପାଇଁ ଚଳିତ ପଂଚାୟତ ନିର୍ବାଚନ ପ୍ରଚାର ବେଳେ ନେତା, ମନ୍ତ୍ରୀଙ୍କୁ ଏଭଳି ବିରୋଧର ସାମ୍ନା କରିବାକୁ ପଡୁଛି । ବିଶେଷ କରି ବିକାଶକୁ ନେଇ ଲୋକେ ନେତାଙ୍କୁ ପ୍ରଶ୍ନ କରୁଛନ୍ତି । ସନ୍ତୋଷଜନକ ଉତ୍ତର ଦେଇନପାରିଲେ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡୁଛି ।