କନକ ବ୍ୟୁରୋ : ପଂଚାୟତ ନିର୍ବାଚନରେ ହିଂସା । କଟୁରୀ ଚୋଟରେ ଜଣେ ଯୁବକ ଗୁରୁତର । ପୋଷ୍ଟର ଚିରିବା ନେଇ ବିଜେଡି ସମର୍ଥକଙ୍କ ସହ କଂଗ୍ରେସ ଏବଂ ବିଜେପି ସମର୍ଥକ ମୁହାଁମୁହିଁ ହୋଇଛନ୍ତିି । ଏଭଳି ହିଂସା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ବ୍ରାହ୍ମଣଦା ଗାଁରେ ।
ଗଣ୍ଡଗୋଳରେ ଉକ୍ତ ଗାଁର ବସନ୍ତ ପରିଡ଼ା ନାମକ ଜଣେ ଯୁବକ ଗୁରୁତର ହୋଇଥିବା ବେଳେ ତାଙ୍କୁ ମେଡିକାଲରେ ଭର୍ତି କରାଯାଇଛି । ଗତକାଲି ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ପୋଷ୍ଟର କଂଗ୍ରେସ ଏବଂ ବିଜେପି ସମର୍ଥକମାନେ ଚିରିଦେବାରୁ ପାଟିତୁଣ୍ଡ ଆରମ୍ଭ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/27-7.jpg)