‘ପାଣି ନାହିଁ ତ ଭୋଟ ନାହିଁ’ । ନିର୍ବାଚନ ଆଗରୁ ଭୋଟ୍ ବର୍ଜନ ଚେତାବନୀ ଦେଲେ ଗାଁଲୋକେ ।

‘ପାଣି ନାହିଁ ତ ଭୋଟ ନାହିଁ’ । ନିର୍ବାଚନ ଆଗରୁ ଭୋଟ୍ ବର୍ଜନ ଚେତାବନୀ ଦେଲେ ଗାଁଲୋକେ ।

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନରେ ଭୋଟ୍ ବର୍ଜନ ଚେତାବନୀ ପ୍ରାର୍ଥୀଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ଗ୍ରାମାଞ୍ଚ ଳରେ ଥିବା ସମସ୍ୟା ସମସ୍ତଙ୍କ ସାମ୍ନାକୁ ଆଣିଛି । ଏବଂ ପ୍ରଶାସନର ପାରିବା ପଣିଆକୁ ପ୍ରଶ୍ନ କରିଛି । ପିଇବା ପାଣି ସମସ୍ୟାରେ ଘାଣ୍ଟି ହେଉଥିବା ମୟୂରଭଞ୍ଜ ଜିଲ୍ଲାର ଲୋକେ ପଞ୍ଚାୟତ ଭୋଟ୍ ବର୍ଜନ କରିବା ପାଇଁ ଚେତାବନୀ ଦେବା ସହ ପଞ୍ଚାୟତ ଅଫିସରେ ତାଲା ପକାଇ ଦେଇଛନ୍ତି ।

ହକ୍ ହାସଲ ପାଇଁ ଲଢେଇ । ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଆନ୍ଦୋଳନକୁ ଓହ୍ଲାଇଲେ ଗ୍ରାମବାସୀ । ଏହାସହ ଦାବି ପୂରଣ ନହେଲେ ପଞ୍ଚାୟତ ଭୋଟ୍ ବର୍ଜନ ଚେତାବନୀ ଦେଇଛନ୍ତି । ଭୋଟର କହିଛନ୍ତି ‘ପାଣି ନାହିଁ ତ ଭୋଟ ନାହିଁ’ । ଏଭଳି ଧମକ ଦେଇଛନ୍ତି ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକ ଟଙ୍ଗାଶୋଳ ପଞ୍ଚାୟତ ଅନ୍ତର୍ଗତ ତାଳନ୍ଦ ଗାଁରେ ।

ଟାଙ୍ଗଶୋଳ ଗାଁରେ ବର୍ଷ ତମାମ୍ ପିଇବା ପାଣି ସମସ୍ୟା ରହୁଛି । ସରକାରଙ୍କ ପକ୍ଷରୁ କରାଯାଇଥିବା ବସୁଧା ଯୋଜନାରେ ଅଳ୍ପ କିଛି ପରିବାର ପିଇବା ପାଣି ପାଉଥିବା ବେଳେ ଅନ୍ୟମାନେ ପାଣି ପାଇଁ ଅସୁବିଧା ଭୋଗୁଛନ୍ତି । ଜଳ ସମସ୍ୟାର ସମାଧାନ କରିବା ପାଇଁ ଲୋକେ ପ୍ରଶାସନିକ ଅଧିକାରୀଙ୍କୁ ବାରମ୍ବାର ଜଣାଇ ନିରାଶ ହୋଇଛନ୍ତି । ତେଣୁ ଏବେ ପଞ୍ଚାୟତ ନିର୍ବାଚନର ଭୋଟ ବର୍ଜନ ନିଷ୍ପତି ନେଇ ପଞ୍ଚାୟତ ଅଫିସରେ ତାଲା ପକାଇ ଧାରଣାରେ ବସିଛବନ୍ତି ।

ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ବସୁଧା ଯୋଜନାରେ ବିରାଟ ବିରାଟ ପାଣି ଟାଙ୍କି କରାଯାଇଛି, କିନ୍ତୁ ଆଜି ବି ଅନେକ ଅଞ୍ଚଳବାସୀ ବିଶୁଦ୍ଧ ପିଇବା ପାଣି ମୁନ୍ଦେ ପାଇବା ପାଇଁ ହଇରାଣ ହେଉଛନ୍ତି । ଯାହାର ପ୍ରତିଫଳନ ଏବେ ଦେଖିବାକୁ ମିଳୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe