ବିଜେଡି ବିଜେପି ଧସ୍ତାଧସ୍ତି : ସଭା ମଝିରେ ବିଧାୟିକା କୁସୁମ ଟେଟେଙ୍କ ସମର୍ଥକ ନାରା ଦେବାରୁ ଉଠି ପଳାଇଲେ ଦିବ୍ୟଶଙ୍କର ମିଶ୍ର

372

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି, ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପି ମଧ୍ୟରେ ଛକାପଂଝା ସେତିକି ବଢିବାରେ ଲାଗିଛି । ଏକ ନାଟକୀୟ ଘଟଣାକ୍ରମଣରେ ଧସ୍ତାଧସ୍ତି ହୋଇଛନ୍ତି ଦୁଇ ଦଳର ସମର୍ଥକ । ଏପରିକି ଶକ୍ତିମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି । ସୁନ୍ଦରଗଡ ମୋହନପୁରରେ ଥିବା ଓପିଜିସି କୋଇଲା ଖଣି ପ୍ରକଳ୍ପରୁ ରେଳ ଯୋଗେ କୋଇଲା ପରିବହନର ଉଦଘାଟନ ସଭାରେ ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ସାମିଲ ହୋଇଥିଲେ । ସଭାରେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମଙ୍କ ସହ ବରଗଡ ସାଂସଦ ସୁରେଶ ପୂଜାରୀ, ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ ଏବଂ ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ ଯୋଗ ଦେଇଥିଲେ ।

ତେବେ ମନ୍ତ୍ରୀଙ୍କ ଭାଷଣ ପରେ ବିସ୍ଥାପିତ ଅଂଚଳ ପ୍ରତି ରାଜ୍ୟ ସରକାରଙ୍କ ଅବହେଳା କଥା ଉଠାଇଥିଲେ ବିଧାୟିକା କୁଷୁମ ଟେଟେ । ବିଧାୟିକଙ୍କ ଭାଷଣ ମଝିରେ ସମର୍ଥକମାନେ ନାରାବାଜି କରିବାରୁ ରାଗି ପଳାଇଥିଲେ ଶକ୍ତିମନ୍ତ୍ରୀ । ଏଥିରେ ଅସନ୍ତୋଷ ବ୍ୟକ୍ତ କରି ବିଧାୟିକାଙ୍କ ସମର୍ଥକ ଓ ବିଜେପି କର୍ମୀ ମନ୍ତ୍ରୀ ଗୋବ୍ୟାକ ନାରା ଦେବାରୁ ଉପସ୍ଥିତ ବିଜେଡି କର୍ମୀମାନେ ବିରୋଧ କରିଥିଲେ । ଏହାପରେ ଦୁଇ ଦଳର ସମର୍ଥକଙ୍କ ଭିତରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ବରିଷ୍ଠ ପୋଲିସ ଅଧିକାରୀ ପହଂଚି ବୁଝାସୁଝା କରିବାରୁ ପରିସ୍ଥିତି ଶାନ୍ତ ପଡିଥିଲା ।