ପଞ୍ଚାୟତ ବ୍ୟାଟେଲ: ମୈଦାନରେ ବାପ-ପୁଅ ଲଢ଼େଇ, ନିଜେ ପ୍ରାର୍ଥୀ ହୋଇ ବି ପୁଅ ପାଇଁ ବାପା ମାଗୁଛନ୍ତି ଭୋଟ୍ ।

Advertisment
ପଞ୍ଚାୟତ ବ୍ୟାଟେଲ: ମୈଦାନରେ ବାପ-ପୁଅ ଲଢ଼େଇ, ନିଜେ ପ୍ରାର୍ଥୀ ହୋଇ ବି ପୁଅ ପାଇଁ ବାପା ମାଗୁଛନ୍ତି ଭୋଟ୍ ।

କନକ ବ୍ୟୁରୋ: ଭୋଟ୍ ଯେତେ ପାଖଉଛି ରାଜନୀତିର ରୋଚକ ଦୃଶ୍ୟ ସେତେ ସାମ୍ନାକୁ ଆସିବାରେ ଲାଗିଛି । ଗୋଟିଏ ପଞ୍ଚାୟତରୁ ସରପଞ୍ଚ ପ୍ରାର୍ଥୀ ଭାବରେ ପରସ୍ପର ପ୍ରତିଦ୍ୱନ୍ଦି ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ବାପ-ପୁଅ । ପ୍ରାର୍ଥୀ ମାନେ ଘରଘର ବୁଲି ପ୍ରଚାର ଯୋରଦାର କରିଥିବା ବେଳେ ବାପା କିନ୍ତୁ ନିଜ ପାଇଁ ଭେଟ ଭିକ୍ଷା ନକରି ପୁଅ ପାଇଁ କରୁଛନ୍ତି ପ୍ରଚାର ଯାହା ସ୍ଥାନୀୟ ଅଂଚଳରେ ହୋଇଛି ଚର୍ଚ୍ଚାର ବିଷୟ ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ଗହଳିରେ ଏବେ ନିର୍ବାଚନୀ ଉଷ୍ମତା ଦେଖିବାକୁ ମିଳୁଥିବା ବେଳେ ପ୍ରାର୍ଥୀ ମାନେ ଘରଘର ବୁଲି ପ୍ରଚାର ଜୋରଦାର କରୁଛନ୍ତି । ଏହାର ଭିତରେ କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ରାମଚନ୍ଦ୍ରପୁର ପଂଚାୟରେ ବାପ-ପୁଅ ଲଢ଼େଇ ଚର୍ଚ୍ଚାର ବିଷୟ ପାଲଟିଛି । ରାମଚନ୍ଦ୍ରପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବରେ ପ୍ରାୟ ୧୦ ଜଣ ମୈଦାନକୁ ଓହ୍ଲାଇଥିବାବେଳେ ଏମାନଙ୍କ ମଧ୍ୟରେ ଅଛନ୍ତି ବାପ ଶିବ କୁଣ୍ଡୁ ଏବଂ ପୁଅ ଗଣେଶ୍ୱର କୁଣ୍ଡୁ । ଉଭୟ ସରପଞ୍ଚ ପାଇଁ ପ୍ରାର୍ଥୀ ହୋଇଥିବା ବେଳେ ବାପା କିନ୍ତୁ ନିଜ ପାଇଁ ଭୋଟ୍ ନମାଗି ପୁଅ ପାଇଁ ଭୋଟ୍ ଭିକ୍ଷା କରୁଛନ୍ତି । ଯାହା ପଞ୍ଚାୟତ ନିର୍ବାଚନରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଅନ୍ୟପଟେ, ବାପ-ପୁଅଙ୍କ ମଧ୍ୟରେ ଲଢ଼େଇରୁ ପ୍ରତିଦ୍ୱନ୍ଦିମାନେ ଫାଇଦା ଉଠାଇବାକୁ ବଳ ଜୁଟାଉଛନ୍ତି । କାରଣ ଯେଉଁଠି ନିଜେ ସରପଞ୍ଚ ପ୍ରାର୍ଥୀ ହୋଇ ପୁଅ ପାଇଁ ଭୋଟ୍ ଭିକ୍ଷା କରୁଛନ୍ତି, ସେଠି ବାପ ବନାମ ପୁଅ ଲଢ଼େଇ ହେବନି ବୋଲି ଭୋଟର ଜାଣିଛନ୍ତି । ତେଣୁ ପଞ୍ଚାୟତ ନର୍ବାଚନ ଆଉ ଦିନ କେଇଟା ପରେ ହେବାକୁ ବାକି ଥିବା ବେଳେ ପଞ୍ଚାୟତବାସୀ କାହାକୁ ନିଜର ପ୍ରତିନିଧି ଭାବରେ ଚୟନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe